fbpx

ଭୁବନେଶ୍ୱରରେ କରୋନା ସ୍ଥିତିକୁ ନେଇ ବିଏମସି କମିସନରଙ୍କ ସୂଚନା, ଜାଣନ୍ତୁ କଣ କହିଲେ

ଭୁବନେଶ୍ୱର, ୮ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଅଣଆୟତ ହେବାରେ ଲାଗିଛି । ସେହିପରି ଏବେ କ୍ରମାଗତ ଭାବେ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭୁବନେଶ୍ୱରରେ କରୋନା ସ୍ଥିତି ନେଇ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଦୁରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଗତ ୧୦ ଦିନରେ ଭୁବନେଶ୍ୱରରେ ୧୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହାସହ କରୋନା ଟେଷ୍ଟକୁ ଅଧିକରୁ ଅଧିକ ବଢ଼ାଯାଉଛି । କେତେକ ସ୍ଥାନରେ ଲୋକ ଟେଷ୍ଟ କରିବାକୁ ଆଗକୁ ଆସୁନାହାନ୍ତି । କରୋନାକୁ ହରାଇବାକୁ ହେଲେ ଆଗକୁ ଆସନ୍ତୁ ଏବଂ ଟେଷ୍ଟ କରନ୍ତୁ ବୋଲି ବିଏମସି କମିସନର ପରାମର୍ଶ ଦେଇଛନ୍ତି । ଏହାସହ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ଆକ୍ରାନ୍ତ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ହସ୍ପିଟାଲ ନେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଉଛି । ଫୋନ କରି ରୋଗୀଙ୍କ ମତାମତ ଗ୍ରହଣ କରାଯାଉଛି । ଏବେ ଭୁବନେଶ୍ୱରରେ ସୁସ୍ଥ ହାର ୬୩ ପ୍ରତିଶତ ରହିଛି । ଅନ୍ୟପଟେ ବଜାର ହାଟରେ ସାମାଜିକ ଦୂରତା ରହୁନଥିବା ଜଣାପଡ଼ିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରନ୍ତୁ ଏବଂ ବୟସ୍କ ଲୋକମାନେ ସବୁ ଦିଗପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି ।

Get real time updates directly on you device, subscribe now.