ମୋହନଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, କେମିତି ଉତ୍ତର ରଖିବେ ରାଜ୍ୟ ସରକାର…
ମୋହନଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ, କେମିତି ଉତ୍ତର ରଖିବେ ରାଜ୍ୟ ସରକାର...
ଓଡିଶା ଭାସ୍କର: ମୋହନ ସରକାରଙ୍କୁ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ପ୍ରକାଶଥାଉ ଯେ, ରାଜ୍ୟରେ ମୋଟ୍ କେତେ ଶିକ୍ଷକ ପଦବି ଖାଲି ରହିଛି ଓ ଏହି ପଦ ପୂରଣ ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ତଥ୍ୟ ଦାଖଲ ପାଇଁ ମୋହନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବେଆଇନ ଭାବେ ଶିକ୍ଷକଙ୍କ ବଦଳି କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ସ୍କୁଲରେ ୨୦୨୫ ଅଗଷ୍ଟ ୧ ତାରିଖ ସୁଦ୍ଧା ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ (ପିଟିଆର) ସଂପର୍କିତ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ସୀତାକାନ୍ତ ସାମଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ବହୁ ସମୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ସ୍କୁଲରୁ ଶିକ୍ଷକଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଉଛି । ଏଥି ସହିତ ବଦଳି ଗାଇଡ୍ଲାଇନ୍ ଅନୁସାରେ ଶିକ୍ଷକଙ୍କ ଗୋଟିଏ ସ୍କୁଲରେ ଅବଧି ପୂରଣ ହେବା ପୂର୍ବରୁ ଅନ୍ୟତ୍ର ବଦଳି କରାଯାଉଛି । ଏଭଳି ସ୍ଥିତିରେ ବହୁ ସ୍କୁଲରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ବଜାୟ ରଖାଯାଇପାରୁ ନାହିଁ । ଏହାଦ୍ଵାରା ଶିକ୍ଷାଦାନର ମାନ ପ୍ରଭାବିତ ହେଉଛି । କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିରେ ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ ଧାର୍ୟ୍ୟ କରାଯାଇଛି । ବଢୁଥିବା ଶିଶୁଙ୍କୁ ପ୍ରଦାନ କରାଯାଉଥିବା ଗୁଣାତ୍ମକ ଶିକ୍ଷା ଉପରେ ଦେଶର ଭବିଷ୍ୟତ ନିର୍ଭର କରୁଛି । ପ୍ରସିଦ୍ଧ ପୁସ୍ତକ ‘ଗୋଲ୍ଡେନ୍ ଅପରଚୁନିଟି\’ରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଶିକ୍ଷା ଅଧିକାର ସମ୍ବିଧାନର ଧାରା ୨୧ର ଅଂଶବିଶେଷ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି । ଏଭଳି ଅଭାବକୁ କୋର୍ଟ ଜାଣିଶୁଣି ଅଣଦେଖା କରି ପାରିବେ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।
ଅଧିକ ପଢ଼ନ୍ତୁ…..
ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ଏସିଆ କପରୁ କାହିଁକି ବାଦ୍ ପଡିଲେ ଷ୍ଟାର ଖେଳାଳି ହାର୍ଦ୍ଦିକ !
ଖାଲି ଏତିକି ନୁହେଁ, ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ବାପୁଜୀ ସରକାରୀ ହାଇସ୍କୁଲ୍ରେ କାର୍ୟ୍ୟରତ ସହକାରୀ ଶିକ୍ଷକ ସୀତାକାନ୍ତ ସାମଲଙ୍କୁ ବାଙ୍କୀ ବ୍ଲକ୍ ଅଧୀନ ବାଉଁଶପୁର ସରାକାରୀ ହାଇସ୍କୁଲକୁ ବଦଳି ପାଇଁ ଦିଆଯାଇଥିବା ନିର୍ଦ୍ଦେଶ ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ପ୍ରଦାନ କରିଛନ୍ତି । ବର୍ତ୍ତମାନ କାର୍ୟ୍ୟରତ ସ୍କୁଲରେ ଆବେଦନକାରୀ କାର୍ୟ୍ୟ ଜାରି ରଖିବେ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ମାମଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, କଟକ ଜିଲ୍ଲା ଶିକ୍ଷା ଅଧିକାରୀ, ନିଶ୍ଚିନ୍ତକୋଇଲି ବ୍ଲକ ଶିକ୍ଷା ଅଧିକାରୀ, ବାପୁଜୀ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରି ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କୁ ଆକ୍ରୋଶମୂଳକ ଭାବେ ଜୁଲାଇ ୨୪ରେ ବଦଳି କରାଯାଇଥିବା ଦର୍ଶାଇ ଏହି