ଅଭିନୟ ଦୁନିଆରୁ ଭାଙ୍ଗିଲେ ମୋହ, ସନ୍ନ୍ୟାସୀ ବନିଲେ ଅଭିନେତ୍ରୀ, ଏବେ ଭିକ୍ଷ ମାଗି ପୋଷୁଛନ୍ତି ପେଟ

ଅଭିନୟ ଛାଡ଼ିଲେ ଆଧ୍ୟତ୍ମିକ ରାସ୍ତା ଆପଣେଇଲେ

ମୁମ୍ବାଇ: ଅଭିନୟ ଦୁନିଆରେ ପାଦ ରଖିବା ବଡ଼ କଠିନ୍ କାମ । ଯାହାର ଅନେକ ଉଦାହରଣ ଅନେକ ଅଭିନେତ୍ରୀ ମଧ୍ୟ ଦେଇଛନ୍ତି । ଅନେକ କଳାକାର ଏପରି ଅଛନ୍ତି ଅନେକ ପରିଶ୍ରମ ପରେ ମନୋରଞ୍ଜନ ଦୁନିଆରେ ନିଜ ଛାପ ଛାଡ଼ିଛନ୍ତି ।

ଏତେ ସଂଘର୍ଷ ପରେ ଯେଉଁ ପରିଚୟ ହାସଲ କରିଥାନ୍ତି ତାକୁ ହରାଇବାକୁ କଳାକାରମାନେ ସାଧାରଣତଃ ଡ଼ରନ୍ତି ।

ହେଲେ କିଛି ଏପରି ମଧ୍ୟ କଳାକାର ଅଉନ୍ତି ଯିଏ ସବୁ କିଛି ଛାଡ଼ି ଧର୍ମକୁ ଆପାଣେଇ ଭଗବାନଙ୍କ ସାହାରା ନେଇ ଜୀବନ ରଥ ଆଗକୁ ଗଡ଼ାଉଛନ୍ତି ।

ଧାରାବାହିକ କଳାକାର ନୁପୁର ଅଳଙ୍କାର ଏଥିରୁ ଜଣେ । ନୁପୁର ଅଳଙ୍କାର ଟିଭି ଦୁନିଆରେ ଜଣାଶୁଣା ଅଭିନେତ୍ରୀ ଥିଲେ । ନିଜ କ୍ୟାରିୟରେ ସେ ୧୫୭ଟି ଟିଭି ଶୋ’ରେ କାମ କରିଛନ୍ତି ।

କେତେବେଳେ ଛୋଟ ଅଭିନୟ ତ କେତେବେଳେ ବଡ଼ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି । ହେଲେ ଏବେ ଅଭିନୟ ଦୁନିଆରୁ ତାଙ୍କ ନିଶା ଛାଡ଼ିଯାଇଛି ।

ଏବେ ସେ ଆଧ୍ୟାତ୍ମିକ ପଥରେ ନିଜ ଜୀବନ ଆରମ୍ଭ କରିଛନ୍ତି ।

ଅଭିନୟ ଛାଡ଼ିଲେ ଆଧ୍ୟତ୍ମିକ ରାସ୍ତା ଆପଣେଇଲେ
୨୦୨୨ ନୁପୁର ଅଳଙ୍କାର ଅଚାନକ ଅଭିନୟ ଦୁନିଆକୁ ଛାଡ଼ି ଆଧ୍ୟତ୍ମିକ ରାସ୍ତା ଆପଣେଇଥିଲେ । ଏବେ ସେ ସଂପୂର୍ଣ୍ଣ ଭାବେ ସେ ଲାଇମ୍ ଲାଇଟ୍ ରୁ ଦୂରରେ ଅଛନ୍ତି ।

ସେ ଗୁରୁ ଶମ୍ଭୁ ଚରଣ ଝାଙ୍କ ମାର୍ଗଦର୍ଶନରେ ସେ ସନ୍ନ୍ୟାସୀ ଜୀବନ ଆପଣାଇଛନ୍ତି ।

ଏକ ସାକ୍ଷାତକାରରେ ନୁପୁର କହିଛନ୍ତି ତାଙ୍କ ଲକ୍ଷ୍ୟ ସବୁବେଳେ ଆଧ୍ୟାମିକ ଦିଗରେ ଥିଲା । ଏବେ ମୁଁ ସଂପୂର୍ଣ୍ଣ ଭାବେ ଭଗବାନଙ୍କ ପାଖରେ ନିଜ ସମର୍ପିତ କରି ଦେଇଛି ।

ଏବେ ମୋ ଜୀବନରେ ଅଭିନୟ ପାଇଁ ବିଲକୁଲ ସ୍ଥାନ ନାହିଁ । ଏହା ସହ ନୁପୁର ମନୋରଞ୍ଜନ ଦୁନିଆକୁ ପସନ୍ଦ କରୁନାହାଁନ୍ତି ବୋଲି କହିଛନ୍ତି ।

ମା’ଙ୍କ ଦେହାନ୍ତ ପରେ ନେଇଥିଲେ ନିଷ୍ପତି

ସେ କଥାବର୍ତ୍ତା ସମୟରେ କହିଥିଲେ ସେ ଡ୍ରାମା ଦୁନିଆରେ ବିରକ୍ତ ହୋଇଯାଇଥିଲେ । ମା’ଙ୍କ ଦେହାନ୍ତ ପରେ ନିଜେ ଭାବିଥିଲି କି ଏବେ ମତେ କିଛି ହରାଇବାକୁ ଡ଼ର ନାହିଁ ।

ସତ କହିବାକୁ ଗଲେ ସନ୍ନ୍ୟାସ ଜୀବନ ଆପଣାଇବାକୁ ମୁଁ ବହୁତ ବିଳମ୍ବ କରଦେଲି । କାହିଁକି ନାଁ ମୋ ଭିଣୋଇ କୌଶଲ ଅଗ୍ରୱାଲ ସେତେବେଳେ ଆଫଗାନସ୍ଥାନରେ ଫସିଥିଲେ । ଯେଉଁ ସମୟରେ ତାଲିବାନ ଦେଶ ଉପରେ କବଜା କରିଥିଲେ ।

ଭୂଇଁରେ ଶୁଅନ୍ତି ଗୋଟେ ଟାଇମ୍ ହିଁ ଖାଆନ୍ତି ନୁପୁର ଅଳଙ୍କାର

ଅଭିନୟରୁ ଦୂରେଇ ଯିବା ପରେ ଏବେ ସଂପୂର୍ଣ୍ଣ ଭାବେ ନୁପୁର ସନ୍ନ୍ୟାସ ଜୀବନ ବିତାଉଛନ୍ତିି । ସେ ଭିକ୍ଷ ମାଗି ତାଙ୍କ ପେଟ ପୋଷୁଛନ୍ତି ।

ଚକମକ ଦୁନିଆରୁ ଦୂରେଇ ସେ ପ୍ରଭୁଙ୍କ ଶରଣରେ ରହୁଛନ୍ତିି ।

ନୁପୁର କହିଛନ୍ତି, ଏକ ସମୟ ଥିଲା ଯେତେବେଳେ ସେ ମନୋରଞ୍ଜନ ଦୁନିଆର ଏକ ଅଂଶ ଥିଲେ । ପପୁଲାରେଟି ଏବଂ ସକସେକ୍ସ ପାଇଁ ଚିନ୍ତା କରୁଥିଲି ।

କିନ୍ତୁ ଏବେ ବହୁତ ଶାନ୍ତି ଅନୁଭବ କରୁଛି । ଭୂଇଁରେ ଶୋଉଛୁ । ଆଉ ଗୋଟେ ସମୟ ହିଁ ଆମେ ଖାଦ୍ୟ ଖାଉ ।

ମୋ ନିଷ୍ପତିରେ ସମ୍ମାନ ଜଣାଇ ସ୍ୱାମୀ ମଧ୍ୟ ମତେ ଅଳଙ୍କାର ଶ୍ରୀବାସ୍ତବ ବିବାହ ବନ୍ଧନରୁ ମୁକ୍ତ କରିଦେଇଛନ୍ତି ।