ନାବାଳିକା ନାତୁଣୀକୁ ପାଖରେ ପାଇ ନିଜକୁ ସମ୍ଭାଳି ପାରିଲାନି ୭୦ ବର୍ଷୀୟ ଅଜା, ଘରେ ରଖି କଲା ଗର୍ଭବତୀ ଆଉ ତା’ ପରେ…

ବୁଢ଼ା ଅଜାର କରନାମା ଶୁଣି ଲୋକେ କାବା । ନାତୁଣୀ ଛୁଆର ବାପା ହେଲା ଅଜା ।

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଉଧମ ସିଂ ନଗରରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ସାବତ ଅଜା ନାବାଳିକା ନାତୁଣୀକୁ ଗର୍ଭବତୀ କରିଦେଇଛି ।

ଏ ଘଟଣା ଜଣାଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପୀଡ଼ିତା ଏ ସମ୍ପର୍କରେ ତାଙ୍କ ସାବତ ମା’ଙ୍କୁ ପ୍ରଥମେ କହିଥିଲେ । ଯାହାପରେ ସେମାନେ ଏ ନେଇ ଥାନାରେ ଅଭିଯୋଗ କରିଥିଲେ ।

ପୀଡ଼ିତାଙ୍କ ଦାଦା ଦେଇଥିବା ବୟାନ ଅନୁସାରେ, ନାବାଳିକାଙ୍କ ମା’ ଘର ଛାଡ଼ି ଚାଲିଯିବା ପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ । ବାହାଘରର କିଛିଦିନ ପରେ ସାବତ ଆଈ ଦେହ ଖରାପ ହେବାରୁ ତାଙ୍କ ସେବା କରିବା ପାଇଁ ମା’ ଓ ସାବତ ଝିଅ ସାବତ ଅଜା ଘରକୁ ଯାଇଥିଲେ ।

ସେଠାରେ ରହିବା ବେଳେ ସାବତ ଅଜା ଜୋର ଜବରଦସ୍ତି ନାବାଳିକାଙ୍କୁ ବାରମ୍ବାର ଧର୍ଷଣ କରିଥିଲା । ଯାହାଫଳରେ ନାବାଳିକା ଗର୍ଭବତୀ ହୋଇଯାଇଥିଲା । ଏହାପରେ ନାତୁଣୀକୁ ଘରକୁ ପଠାଇବାକୁ ରାଜି ହେଲାନି ସାବତ ଅଜା ।

ଏ ଭଳିତରେ ନାତୁଣୀ ଗର୍ଭବତୀ ହେବା ସହ ଏକ ଝିଅ ସାନ୍ତାନକୁ ଜନ୍ମ ଦେଲା । ସେ ଝିଅଟିକୁ ସାବତ ଅଜା ଅନ୍ୟକ ଦାନ ଦେଇଦେବା ପରେ ନାତୁଣୀକୁ ଘରକୁ ପଠାଇଲା ।

ନାତୁଣୀ ଘରକୁ ଆସି ସାବତ ମା’କୁ ୭୦ ବର୍ଷୀୟ ସାବତ ଅଜାର ସବୁ କାରନାମା କହିଲା । ଯାହାପରେ ଥାନାରେ ଏ ନେଇ ଅଭିଯୋଗ କରାଗଲା । ପୋଲିସ ପକ୍ଷରୁ ଘଟଣାର ଛାନଭିନ ଆରମ୍ଭ ହୋଇଛି ।