(ଭିଡିଓ) ବାଃ ରେ ବାଃ, ସ୍କୁଲ ଯିବ ତ ଏମିତି! ଛାଡ଼ିବାକୁ ଯିବ ଘୋଡ଼ା, ଜଗିବାକୁ ଯିବ କୁକୁର
ଭିଡିଓ ନାଗାଲ୍ୟାଣ୍ଡର ଟୁରିଜିମ୍ ମିନିଷ୍ଟରଙ୍କ ମଧ୍ୟ ଧ୍ୟାନ ଆକର୍ଷଣ କରିଛି।
ମେଘାଳୟ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ। ଏମିତି ଏକ ଭିଡିଓ ସ୍କୁଲ ଯାଉଥିବା ଛୁଆର ଭାଇରାଲ ହେଉଛି।
ପିଲାଟି ପାଦରେ ନୁହେଁ ବରଂ ଘୋଡ଼ାରେ ବସି ସ୍କୁଲ ଯାଉଥିବା ଦେଖିବାକୁ ମିଳିଛି।
୪ ଅଗଷ୍ଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓ ମେଘାଳୟର। ପିଲାଟି ସ୍କୁଲ ୟୁନିଫର୍ମ ପିନ୍ଧି ମେଘାଳୟର ପାହାଡ଼ ପର୍ବତ ରାସ୍ତା ଦେଇ ଯାଉଥିବା ଦେଖିବାକୁ ମିଳିଛି।
କାର ଭିତରୁ ରେକର୍ଡ କରାଯାଇଥିବା ଭିଡିଓରେ ଦେଖିବାକୁ ମିଳିଛି ପିଲାଟି କାନ୍ଧରେ ସ୍କୁଲ ବ୍ୟାଗ ପକାଇ, ଆରାମରେ ଘୋଡ଼ାରେ ଯାତ୍ରା କରୁଛି।
କାଳିଆ କୁକୁର ମଧ୍ୟ ଘୋଡ଼ା ପଛେ ପଛେ ଦୌଡ଼ୁଥିବା ଦେଖିବାକୁ ମିଳିଛି।
View this post on Instagram
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଅନେକ ଏହି ଭିଡିଓକୁ ପସନ୍ଦ କରି କମେଣ୍ଟ ମଧ୍ୟ ଦେଇଛନ୍ତି।
ଭିଡିଓ ନାଗାଲ୍ୟାଣ୍ଡର ଟୁରିଜିମ୍ ମିନିଷ୍ଟରଙ୍କ ମଧ୍ୟ ଧ୍ୟାନ ଆକର୍ଷଣ କରିଛି। ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏହାକୁ ସେୟାର କରି ମଜାଦାର କ୍ୟାପସନ୍ ଦେଇଛନ୍ତି।