ଜାଡ଼େଜା, ଗାଏକୱାଡ ଛାଡିବେ CSK, ସଞ୍ଜୁ ଆସିବେ! ଚର୍ଚ୍ଚାରେ ଆଇପିଏଲର ସାମସନ ଟ୍ରେଡ…

ଟ୍ରେଡିଂରେ ରାଜସ୍ଥାନ ରୟାଲ୍ସ ସାମସନଙ୍କ ବଦଳରେ ୨ଜଣ ଖେଳାଳି ଚାହୁଁଛି ।

ଓଡିଶା ଭାସ୍କର:  ଦୁର୍ଦ୍ଦଶ କ୍ରିକେଟର ତଥା ୱିକେଟରକ୍ଷକ ସଞ୍ଜୁ ସାମସନ ଏବେ ଚର୍ଚ୍ଚାରେ । ଲୋକପ୍ରିୟ ଆଇପିଏଲ ଷ୍ଟାର୍‌ ହେଉଚନ୍ତି ସଞ୍ଜୁ ସାମସନ । ସେ ଆଗାମୀ ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଛାଡ଼ିବା ନିଶ୍ଚିତ ହୋଇଯାଇଛି ।

ଏହି ଘଟଣା ଉପରେ ଉଭୟ ପକ୍ଷ ନିରବ ରହିଥିଲେ ହେଁ ରାଜସ୍ଥାନ ରୟାଲ୍ସ ଟ୍ରେଡ୍‌ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ସହ ଯୋଗାଯୋଗ ଚଳାଇଛି । ସାମସନଙ୍କୁ ନେବା ପାଇଁ ମଧ୍ୟ ଅନେକ ଫ୍ରାଞ୍ଚାଇଜ୍‌ ପ୍ରୟାସ ଚଳାଇଛନ୍ତି ।

ଚେନ୍ନାଇ ସୁପରକିଙ୍ଗସ ସାମସନଙ୍କୁ ନେବା ପାଇଁ ଆଗ୍ରହୀ ଥିଲେ ହେଁ ରାଜସ୍ଥାନ ରୟାଲ୍ସର ସର୍ତ୍ତରେ ରାଜି ହେଉ ନାହିଁ । ଟ୍ରେଡିଂରେ ରାଜସ୍ଥାନ ରୟାଲ୍ସ ସାମସନଙ୍କ ବଦଳରେ ୨ଜଣ ଖେଳାଳି ଚାହୁଁଛି । ପ୍ରଥମ ଖେଳାଳି  ଭାବେ ରବିନ୍ଦ୍ର ଜାଡ଼େଜା ଓ ଦ୍ୱିତୀୟ ଖେଳାଳି ଭାବେ ଋତୁରାଜ ଗାଏକୱାଡ୍‌ ଓ ଶିବମ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିଛି ରାଜସ୍ଥାନ ରୟାଲ୍ସ । ଏହି ୩ଜଣ ଯାକ ଖେଳାଳି ସୁପରକିଙ୍ଗସର ମେରୁଦଣ୍ଡ । ଦୁବେ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସାରିଛନ୍ତି ।

ମିଳିଥିବା ତଥ୍ୟ ଅନୁଯାୟୀ ସୁପରକିଙ୍ଗସ  କୌଣସି ଖେଳାଳିଙ୍କୁ ଛାଡ଼ିବାକୁ ଚାହୁଁନାହିଁ ।  ସୂଚନାଯୋଗ୍ୟ, ଆଗାମୀ ସିଜନ  ପୂର୍ବରୁ ତାଙ୍କୁ ଟ୍ରେଡ୍‌ କିମ୍ବା ରିଲିଜ କରିବା  ପାଇଁ ସାମସନ ଗତ ୧୩ ତାରିଖରେ ରାଜସ୍ଥାନ ରୟାଲ୍ସକୁ ଅନୁରୋଧ କରିଥିଲେ ।  ଏହି ଘଟଣା ପ୍ରକାଶ ପାଇବା ପରେ ଉଭୟ ପକ୍ଷ ମଧ୍ୟରେ  ଅନେକ ଘଟଣାକୁ ନେଇ  ମତ ପାର୍ଥକ୍ୟ ରହିଥିବା ସ୍ପଷ୍ଟ ହୋଇଥିଲା । ବିଶେଷ କରି ଗତ ମେଗା ନିଲାମପୂର୍ବରୁ ଜୋସ ବଟଲରଙ୍କୁ ରିଲିଜ କରିବାର  ନିଷ୍ପତ୍ତିକୁ ସାମସନ ବିରୋଧ କରିଥିଲେ ।

ପଢନ୍ତୁ ଅଧିକ ଖବର…ଅର୍ଜୁନଙ୍କ ତୀକ୍ଷ୍ଣ ତୀରରେ ଘାଇଲା ହୋଇଥିବା ସୁନ୍ଦରୀ ସାନିଆ କିଏ ? ଜାଣନ୍ତୁ ଡିଟେଲ୍ସ….

ମାତ୍ର ଫ୍ରାଞ୍ଚାଇଜ୍‌ ତାଙ୍କ କଥା ରଖି ନଥିଲା । ନିକଟରେ ସାମସନ ଏକ ପୋଡକାଷ୍ଟ  ଅବସରରେ ଏହି ଘଟଣା ପ୍ରକାଶ  କରିଥିଲେ । ଏପରିକି ଇଂଲଣ୍ଡ ବିପକ୍ଷ ଗତ  ଘରୋଇ ସୀମିତ ଓଭର ସିରିଜ ସମୟରେ  ସେ ବଟଲରଙ୍କୁ ସାକ୍ଷାତ କରି ଏ ବିଷୟରେ  ଜଣାଇଥିଲେ । ମେଗା ନିଲାମରେ  ଗୁଜରାଟ ଟାଇଟନ୍ସ ୧୫.୭୫ କୋଟି  ଟଙ୍କାରେ ବଟଲରଙ୍କୁ କିଣିଥିଲା । ସେ ଦଳ  ପକ୍ଷରୁ ୫୩୮ ରନ ସଂଗ୍ରହ କରିଥିଲେ ।