8th Pay Comission କୁ ନେଇ ବଡ଼ ଖବର, କେନ୍ଦ୍ରୀୟ ସରକାରୀ କର୍ମଚାରୀ ହେବେ ମାଲାମାଲ୍, କେମିତି ଜାଣନ୍ତୁ ଡିଟେଲ୍ସ….
କେନ୍ଦ୍ର ସରକାର ସଂସଦରେ ଏହି ବିଳମ୍ବର କାରଣ ସ୍ପଷ୍ଟ ଭାବରେ କହିଛନ୍ତି।
ଓଡ଼ିଶା ଭାସ୍କର: ସାରା ଦେଶରେ ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଗଠନ ପାଇଁ ଅପେକ୍ଷା କରିଛନ୍ତି। କିନ୍ତୁ, ଏହି ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ।
ଏବେ କେନ୍ଦ୍ର ସରକାର ସଂସଦରେ ଏହି ବିଳମ୍ବର କାରଣ ସ୍ପଷ୍ଟ ଭାବରେ କହିଛନ୍ତି। ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଥିଲେ, ଅଷ୍ଟମ ବେତନ କମିଶନର ବିଜ୍ଞପ୍ତି ଏପର୍ଯ୍ୟନ୍ତ ବିଚାରାଧୀନ ଅଛି। କାରଣ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକରୁ ଏହାର ସର୍ତ୍ତାବଳୀ ଉପରେ ପରାମର୍ଶ ମଗାଯାଇଛି, ଯାହା ନିରନ୍ତର ଗ୍ରହଣ କରାଯାଉଛି।
ପରାମର୍ଶ ପଠାଇବା ପାଇଁ ୧୭ ଜାନୁଆରୀ ଏବଂ ୧୭ ଫେବୃଆରୀ ୨୦୨୫ରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସମସ୍ତ ରାଜ୍ୟକୁ ଚିଠି ପଠାଯାଇଥିଲା। ସମସ୍ତ ଇନପୁଟ ପ୍ରାପ୍ତ ନ ହେବା ଯାଏଁ ବିଜ୍ଞପ୍ତି ଜାରି କରାଯିବ ନାହିଁ। ସରକାର ପ୍ରତିଶ୍ରୁତି ଦେଇଛନ୍ତି, ଏହା ‘ଯଥା ସମୟରେ’ ଜାରି କରାଯିବ। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ବିଜ୍ଞପ୍ତି ଜାରି ହେବା ପରେ ହିଁ କମିଶନର ଅଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ। ଅର୍ଥାତ୍ ଏଯାଏଁ କମିଶନ ଗଠନ ହୋଇନାହିଁ, କିନ୍ତୁ ପ୍ରକ୍ରିୟା ଏପର୍ଯ୍ୟନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି।
ପଢନ୍ତୁ ଅଧିକ ଖବର….ହଟ ଆଣ୍ଡ ବୋଲ୍ଡ ବୋଲି ଏତେ ଗର୍ବ, ସେକ୍ସି ଅଭିନେତ୍ରୀ ଦେଇଦେଲେ ହଟ ବୟାନ, ସୋସିଆଲ ମିଡିଆରେ ଝଡ଼…
କେନ୍ଦ୍ର ସରକାର ଚଳିତ ବର୍ଷ ଜାନୁଆରୀ ୨୦୨୫ରେ ୮ମ ବେତନ କମିଶନ ଗଠନକୁ ଅନୁମୋଦନ କରିଥିଲେ। ଏହାର ଉଦ୍ଦେଶ୍ୟ କର୍ମଚାରୀଙ୍କ ଦରମା, ପେନସନ, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସମୀକ୍ଷା କରିବା। ଖବର ଅନୁଯାୟୀ, ସରକାର ଆକଳନ କରିଛନ୍ତି ଯେ ୮ମ ବେତନ କମିଶନର ସୁପାରିଶ ୧ ଜାନୁଆରୀ ୨୦୨୬ରୁ ଲାଗୁ କରାଯାଇପାରେ। ତଥାପି, କମିଶନର ରିପୋର୍ଟ ପ୍ରସ୍ତୁତ, ସମୀକ୍ଷା ଏବଂ ଅନୁମୋଦନ ପାଇଁ ୧.୫ ରୁ ୨ ବର୍ଷ ସମୟ ଲାଗିପାରେ ବୋଲି କୁହାଯାଉଛି। ବର୍ଦ୍ଧିତ ଦରମା ବକେୟା ସହିତ ଦିଆଯିବାର ସମ୍ଭାବନା ସ୍ପଷ୍ଟ।