(Video) ଦିଲ୍ଲୀରେ ବର୍ଷା ତାଣ୍ଡବ: ଯୁବତୀଙ୍କ ଉପରେପଡ଼ିଲା ବିରାଟକାୟ ବୃକ୍ଷ, ଗଛତଳେ ଚାପି ହୋଇ ହେଲେ ଛଟପଟ

ବାପ ଝିଅଙ୍କ ଉପରେ ପଡ଼ିଲା ବିରାଟ କାୟ ଗଛ । ଚିକିତ୍ସାଧିନ ଅବସ୍ଥାରେ ଚାଳିଗଲା ଜୀବନ ।

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଳୀରେ ଲାଗି ରହିଛି ଭିଷଣ ବର୍ଷା । ଯେଉଁ କାରଣରୁ ରାସ୍ତାଘାଟ ଚାରିଆଡ଼େ ପାଣି ମାଡ଼ି ଯାଇଛି । ଲୋକଙ୍କ ଯିବା ଆସିବା କହିବା ବାଧାପ୍ରାପ୍ତ ହୋଇଛି ।

ସକାଳ ପ୍ରାୟ ୯ଟା ବାଜି ୫୦ ମିନିଟର ଘଟଣା । ବାପ, ଝିଅ ଏକ ବାଇକ୍ରେ ଯାଉଥିବାବେଳେ ହଠାତ୍ ସେମାନଙ୍କ ଉପରେ ବିରାଟକାୟ ଗଛ ଉପୁଡ଼ି ପଡ଼ିଥିଲା ।

ଘଟଣାଟଇ ସାଉଥ୍ ଦିଲ୍ଲୀର କଲକାଜି ଅଞ୍ଚଳରେ ଘଟିଛି । ସ୍ଥାନୀୟ ସିସିଟିଭି ଫୁଟେଜ୍ ଅନୁସାରେ ବାଇକରେ ବାପ ଝିଅ ରାସ୍ତାରେ ଯାଉଥିବାବେଳେ ହଠାତ୍ ଗଛଟି ଉପୁଡ଼ିପଡ଼ି ସେମାନଙ୍କ ଉପରେ ପଡ଼ିଥିଲା ।

ବାପା ଜଣକ ଗୁରୁତର ଆହତ ହୋଇଥିବାବେଳେ ଝିଅଙ୍କ ସ୍ଥିତି ମଧ୍ୟ ଭଲ ନାହିଁ । ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ଏକ୍ସରେ ଭର୍ତ୍ତି କରିଥିଲେ ।

ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ବାପାଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅଙ୍କ ଚିକିତ୍ସା ଜାରି ରହିଛି ।

ଏହି ଗଛ ଏକ କାର୍ ଉପରେ ପଡ଼ିଥିଲେ ସୁଦ୍ଧା କାରଟି ଗଛ ତଳୁ ବାହାରିଯିବାରେ ସକ୍ଷମ ହୋଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।

ଘଟଣାର ଭିଡିଓ ଏବେ ସୋସିଆଳ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଦିଲ୍ଲୀରେ ବର୍ଷା ଲାଗି ରହିଛି ।