ଶେଷ ହେବନି ପୁଟିନ୍-ଜେଲେନସ୍କି ସଂଘର୍ଷ: କାମ ଦେଲାନି ଟ୍ରମ୍ପଙ୍କ ଯୋଜନା, ୟୁକ୍ରେନ୍-ରୁଷିଆ ଯୁଦ୍ଧ ପାଇଁ ଶାନ୍ତି ଚୁକ୍ତି ଏକମାତ୍ର ଅସ୍ତ୍ର

ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ଆଶଙ୍କା କମିଲା । ପୁଟିନଙ୍କ ପ୍ରସ୍ତାବରେ ରାଜି ନାହାନ୍ତି ଜେଲେନସ୍କି ।

ୱାଶିଂଟନ୍: ୟୁକ୍ରେନ୍-ରୁଷିଆ ଯୁଦ୍ଧ ସମାପ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କ ସହ ଆଲୋଚନା ବିଫଳ ହୋଇଥିବା ଲାଗିଛି ।

କାରଣ ୟୁକ୍ରେନ ଭୂଖଣ୍ଡକୁ ପୁଟିନ୍ ନିଜ ଅକ୍ତିଆରକୁ ଆଣିବାକୁ ଚାହୁଁଥିବାବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କିନ୍ତୁ ଏଥିରେ ଅରାଜି ହୋଇଥିବା ଜଣାପଡ଼ିଛି ।

ପୁଟିନ୍ ଯୁଦ୍ଧ ବନ୍ଦ କରିବାକୁ ରାଜି ଅଛନ୍ତି ଯଦି କିଭର ସମ୍ପୂର୍ଣ୍ଣ ଡୋନେକ୍ସ ରୁଷିଆକୁ ଦିଆଯାଏ ତେବେ ପୁଟିନ୍ ତାଙ୍କ ସୌନ୍ୟଙ୍କୁ ୟୁକ୍ରେନ୍ ଉପରେ ଆକ୍ରମଣ କରିବାକୁ ମନା କରିବେ ।

ଏ କଥା ଟ୍ରମ୍ପ ଯାଇ ଜେଲେନସ୍କିଙ୍କୁ କହିଥିବାବେଳେ ଏଥିରେ ସେ ରାଜି ନ ଥିବା ଖବର ପ୍ରକାଶ ପାଇଛି । ଡୋନେଟସ୍କର ତିନି ଚତୁର୍ଥାଂଶ ଭାଗ ରୁଷିଆ ଦଖଲ କରିସାରିଛି ।

ଯୁଦ୍ଧ ବନ୍ଦ କରିବାର ବଡ଼ ଉପାୟ ହେଉଛି ଶାନ୍ତି ଚୁକ୍ତି । ବର୍ତ୍ତମାନ ସ୍ଥିତିରେ ଯୁଦ୍ଧ ବିରତୀର କୌଣସି ଭୂିମିକା ନାହିଁ ।ବୋଲି ପିିଟିନଙ୍କ ସହ ଆଲୋଚନା ପରେ ନିଜ ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲରେ ପୋଷ୍ଟ ଶେୟାର କରିଛନ୍ତି ।