(Video) ରୋହିତ ଶର୍ମାଙ୍କୁ କାହିଁକି ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଖେଳିବା ଆବଶ୍ୟକ, ଅମ୍ବାତୀ ରାୟୁଡୁ କହିଲେ କାରଣ
ରୋହିତ ଶର୍ମାଙ୍କୁ ଆହୁରି ଖେଳିବା ଆବଶ୍ୟକ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ: ରୋହିତ ଶର୍ମା ଟି୨୦ ଏବଂ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ନେଇସାରିଛନ୍ତି। ବର୍ତ୍ତମାନ ସେ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେବେ ବୋଲି ଖୁବ ଚର୍ଚ୍ଚା ଚାଲିଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାତେଇବା ପରେ ରୋହିତ ହିଣ୍ଟ ଦେଇଥିଲେ ଯେ, ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଖେଳିପାରନ୍ତି।
ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ରୋହିତ ଶର୍ମା ୪୦ ବର୍ଷର ହୋଇଯାଇଥିବେ, ଏଥିରେ ତାଙ୍କର ଫିଟନେସ ଉପରେ ମଧ୍ୟ ସିଲେକ୍ଟର୍ସଙ୍କ ନଜର ରହିବ। ସେହିପରି ବର୍ତ୍ତମାନ ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ବାତୀ ରାୟୁଡୁ ବଡ଼ କାରଣ କହିଛନ୍ତି ଯେ, କାହିଁକି ରୋହିତ ଶର୍ମାଙ୍କୁ ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଖେଳିବା ଆବଶ୍ୟକ।
ଏକ ପୋଡକାଷ୍ଟ ସମୟରେ ଅମ୍ବାତୀ ରାୟୁଡୁ କହିଛନ୍ତି ଯେ, ଆପଣଙ୍କୁ ଏହା ଦେଖିବାକୁ ପଡ଼ିବ ଯେ, କିଏ ଆପଣଙ୍କୁ ବିଶ୍ୱ କପ ଜିତାଇପାରିବ। ରୋହିତ ଶର୍ମା ଯଦି ଶାନଦାର ଅଧିନାୟକତ୍ୱ କରି ଆପଣଙ୍କୁ ଜିତାଇପାରନ୍ତି ତେବେ ରୋହିତଙ୍କୁ ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଅଧିନାୟକତ୍ୱ କରିବା ଆବଶ୍ୟକ।
Ambati Rayudu : Rohit has to play the 2027 World Cup. What he brings to the table is enormous it’s not just his batting, but also his captaincy and the positive atmosphere he creates in the dressing room.
Bro cooked all the agenda peddlers 😭🔥
— Rohan💫 (@rohann__45) August 18, 2025
ଦିନିକିଆରେ ରୋହିତଙ୍କ ସ୍ଥାନ ନେବା ଖୁବ କଠିନ, ତାଙ୍କ ଅଧିନାୟକତ୍ୱ, ତାଙ୍କ ବ୍ୟାଟିଂ ଏବଂ ଯେଉଁଭଳି ସେ ଖେଳାଳିମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରାନ୍ତି ଏହା ଖୁବ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରୋହିତ ଶର୍ମା ହିଁ ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଟିମ ଇଣ୍ଡିଆର ଅଧିନାୟକତ୍ୱ କରିବେ।