୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର, କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାକୁ ଏହି ନିଷ୍ପତ୍ତି

ଭୁବନେଶ୍ୱର, କଟକରେ ନିର୍ମାଣ ହେବ ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ଼ ।

ଭୁବନେଶ୍ବର: ଓଡ଼ିଶାରେ କ୍ୟାପିଟାଲ ରିଜିଅନ ରିଙ୍ଗ୍‌ ରୋଡ୍‌ ପାଇଁ କ୍ୟାବିନେଟ୍‌ ମୋହର ଲାଗିଛି । ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍‌ ପାଇଁ ମଞ୍ଜୁରୀ ମିଳିଛି ।

ଭିଡ କମାଇବାକୁ ରିଙ୍ଗ ରୋଡ୍- କଟକ-ଭୁବନେଶ୍ବର ମଧ୍ୟରେ ଭିଡ଼ କମାଇବାକୁ ରିଙ୍ଗ୍‌ ରୋଡ୍‌ ତିଆରି କରାଯିବ । କୋଲକାତା-ଚେନ୍ନାଇ NH-୧୬ ମଧ୍ୟରେ କଟକ, ଭୁବନେଶ୍ବର ଆସୁଛି । ତେଣୁ ଏକ ବାଇପାସ୍‌ ରିଙ୍ଗ ରୋଡ୍‌ ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି ।

୧୧୦ କିମି ଦୀର୍ଘ ଭୁବନେଶ୍ବର ବାଇପାସ୍‌ ପାଇଁ କ୍ୟାବିନେଟ୍‌ ମୋହର ବାଜିଥିବା ବେଳେ ୮ ହଜାର ୩୦୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ରିଙ୍ଗ ରୋଡ୍‌ ।

ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁର କରିଛି । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦ୍ବୟ ଯୋଜନାର ଅଂଶ କହିଲେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ରାମେଶ୍ୱରରୁ ଟାଙ୍ଗୀ ମଧ୍ୟରେ ସଂଯୋଗୀକରଣ କ୍ଷେତ୍ରରେ ଅଧିକ ଯାତାୟାତ ଯୋଗୁଁ ବ୍ୟାପକ ଭିଡ଼ ହେଉଛି, ଯାହା ଅତ୍ୟନ୍ତ ସହରୀକରଣ ହୋଇଥିବା ସହର ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ଦେଇ ଗତି କରୁଛି । ଏହି ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବା ପାଇଁ, ଏହି ପ୍ରକଳ୍ପକୁ 6-ଲେନ୍ ପ୍ରବେଶ-ନିୟନ୍ତ୍ରିତ ଗ୍ରୀନଫିଲ୍ଡ ହାଇୱେ ଭାବରେ ବିକଶିତ କରିବାର ପ୍ରସ୍ତାବ ରହିଛି ।

ଏହି ପ୍ରକଳ୍ପ କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହରରୁ ଭାରୀ ବାଣିଜ୍ୟିକ ଯାତାୟାତକୁ ଦୂରେଇ ନେଇ ଓଡ଼ିଶା ଏବଂ ଅନ୍ୟାନ୍ୟ ପୂର୍ବ ରାଜ୍ୟଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରଦାନ କରିବ । ଏହା ମାଲ ପରିବହନର ଦକ୍ଷତା ବୃଦ୍ଧି କରିବ, ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବ ଏବଂ ଏହି ଅଞ୍ଚଳରେ ସାମାଜିକ-ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।