୧୨ କୋଟି Cash, ୬ କୋଟି ଗହଣା.. ଧରାପଡ଼ିଗଲେ ମାଲାମାଲ କଂଗ୍ରେସ ନେତା, EDର ବଡ଼ ଚଢ଼ାଉ
ଅନଲାଇନ ଗେମିଂ ବିଲ୍ ପାସ୍ ହେଉ ହେଉ ଇଡିର ଚଢାଉ, କଂଗ୍ରେସ ନେତାଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ
ନୂଆଦିଲ୍ଲୀ: ଅନଲାଇନ ଗେମିଂ ବିଲ୍ ପାସ ହେଉ ହେଉ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ଅନଲାଇନ ଗେମିଂ ରାକେଟ ଉପରେ ଆକ୍ସନ ନେଇଛି।
କର୍ଣ୍ଣାଟକର ଚିତ୍ରଦୁର୍ଗର ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗଙ୍ଗଟୋକରୁ ଗିରଫ କରିଛି ଇଡି। କେନ୍ଦ୍ରୀୟ ଏଜେନ୍ସି ଏକକାଳୀନ ୩୧ଟି ସ୍ଥାନରେ ଚଢାଉ କରିଥିଲା।
ଏହି ଚଢାଉରେ ୧୨ କୋଟି ଟଙ୍କା କ୍ୟାଶ, ୬ କୋଟିର ସୁନା, ୧୦ କିଲୋର ରୂପା ଏବଂ ୪ଟି ଦାମୀ କାର ଜବତ ହୋଇଛି। ଏଥିସହ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଏବଂ ୨ଟି ଲକର ଫିଜ୍ କରିଦିଆଯାଇଛି।
ଯାଞ୍ଚରେ ଜଣାପଡ଼ିଛି ବିଧାୟକ ଏବଂ ତାଙ୍କ ଭାଇ ଅନଲାଇନ ବେଟିଂ ସାଇଟ୍ସ King567 ଏବଂ Raja567 ଚଳାଉଥିଲେ। ଦୁବାଇର କମ୍ପାନୀଗୁଡ଼ିକ ମାଧ୍ୟମରେ ଟଙ୍କା କାରବାର ହେଉଥିଲା। ଏଥିସହ କଳା ଟଙ୍କାକୁ ଧଳା କରିବାକୁ ଚେଷ୍ଟା କରୁଥିଲେ।
ଗଙ୍ଗଟୋକରେ ବିଧାୟକ ଏକ କ୍ୟାସିନୋ ଲିଜ ନେବାକୁ ଗ୍ୟାଙ୍ଗଟୋକରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ଇଡି ଧରିଥିଲା। ବର୍ତ୍ତମାନ ସେମାନଙ୍କୁ ରିମାଣ୍ଡରେ ବେଙ୍ଗାଲୁରୁ କୋର୍ଟ ନିଆଯାଉଛି। ସୂଚନା ମୁତାବକ, ବୀରେନ୍ଦ୍ର ପପ୍ପୀ ଚିତ୍ରଦୁର୍ଗ ବିଧାନସଭା ଆସନର ବିଧାୟକ।