‘ଏହା ଏମିତି ସମ୍ପର୍କ ନୁହେଁ, ଯାହା ଭାଙ୍ଗିଯିବ..’, ଭାରତ-ଆମେରିକାର ବର୍ତ୍ତମାନ ସ୍ଥିତିକୁ ନେଇ ଏମିତି କହିଲେ ବୈଦେଶିକ ମନ୍ତ୍ରୀ
ଯାହା ହେଲେ ବି କେବେବି ଭାଙ୍ଗିବନି ଭାରତ-ଆମେରିକା ସମ୍ପର୍କ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଦେଲେ ବୟାନ
ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟର କଥାବର୍ତ୍ତାକୁ ନେଇ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବ୍ୟାପାରକୁ ନେଇ କଥାବର୍ତ୍ତା ଜାରି ରହିଛି। ହେଲେ ମୁଖ୍ୟ କଥା ହେଉଛି, ଆମେ ଏଥିରେ କିଛି ରେଡ୍ ଲାଇନ୍ସ ଧାର୍ଯ୍ୟ କରିଛୁ। ଏହା କ୍ଷୁଦ୍ର ବ୍ୟବସାୟୀ ଏନଂ କୃଷକଙ୍କୁ ନେଇ ରହିଛି।
ଜୟଶଙ୍କର କହିଛନ୍ତି ଯେ, ଏବେ ବି ବ୍ୟାପାର ବାର୍ତ୍ତା ଜାରି ରହିଛି। କୌଣସି ଭାବେ କୁହାଯାଇ ପାରିବ ନାହିଁ ଯେ, ଦୁହିଁଙ୍କ ମଧ୍ୟରେ କଥାବର୍ତ୍ତା ବନ୍ଦ ରହିଛି। ଏନେଇ ଲୋକେ ନିଜ ନିଜ ମଧ୍ୟରେ ଏହି ଆଲୋଚନା କରୁଛନ୍ତି। ଏମିତି ନାହିଁ ଯେ, ସେଠି ସମ୍ପର୍କ ଭାଙ୍ଗିଯାଇଛି।
ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ମୁଖ୍ୟ ଇସ୍ୟୁରେ ସବୁକିଛି ଅଟକିଛି, ତାହା ହେଉଛି ମୁଖ୍ୟତଃ କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ହିତର କଥା ରହିଛି। ଏହା ଉପରେ ଆମେ ଖୁବ ଦୃଢ। ଏହା ଏମିତି କିଛି ନୁହେଁ ଯେ, ଯେଉଁଥିରେ ଆମେ ଚୁକ୍ତିନାମା କରିପାରିବୁ।
ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଷ୍ଟ୍ରପତି ଟ୍ରମ୍ପ ସାରା ଦୁନିଆ ସହ ଏବଂ ଆମ ସହ ମଧ୍ୟ ବ୍ୟବହାର ଅସାମାନ୍ୟ ରଖିଛନ୍ତି। ବ୍ୟାପାର ପାଇଁ ଏଭଳି ଟାରିଫ ଲଗାଇବା ତାଙ୍କର ଏକ ନୂଆ ଉପାୟ।
#WATCH | Delhi: At The Economic Times World Leaders Forum 2025, EAM Dr S Jaishankar says, “Negotiations (India-US trade negotiations) are still going on. But the bottom line is we have some red lines. Negotiations are still going on in the sense that nobody said the negotiations… pic.twitter.com/deCHoeDSrx
— ANI (@ANI) August 23, 2025
ସେ କହିଛନ୍ତି ଯେ, ଅଣ-ବାଣିଜ୍ୟିକ ପ୍ରସଙ୍ଗ ପାଇଁ ଶୁଳ୍କ ବ୍ୟବହାର ଆହୁରି ଅସାଧାରଣ। ଏଥିପାଇଁ ସାରା ଦୁନିଆ ଏହି ପରିସ୍ଥିତିର ସାମ୍ନା କରୁଛି।