(Video) ସଲମାନ ଖାନ ନିଜ ପରିବାର ସହ ପାଳିଲେ ଗଣେଶ ଚତୁର୍ଥୀ, ସମସ୍ତେ ମିଶି କଲେ ଆଳତୀ, ଦେଖନ୍ତୁ ଭିଡିଓ
ପରିବାର ଲୋକଙ୍କ ସହ ମିଶି ଗଣେଶଙ୍କ ପାଖେ ଆଳତୀ କଲେ ସଲମାନ ଖାନ୍
ମୁମ୍ବାଇ: ସଲମାନ ଖାନଙ୍କ ପରିବାର ପ୍ରତି ବର୍ଷ ଗଣପତିଙ୍କୁ ସ୍ୱାଗତ କରନ୍ତି। ସଲମାନଙ୍କ ଭଉଣୀ ଅର୍ପିତା ଖାନଙ୍କ ଘରେ ଗଣେଶ ପୂଜା ପାଳନ ହୁଏ। ଚଳିତ ବର୍ଷ ମଧ୍ୟ ସେ ଗଣପତିଙ୍କୁ ଘରକୁ ଆଣିଛନ୍ତି। ସେ ଗଣେଶ ଚତୁର୍ଥୀ ପାଳନ କରିଛନ୍ତି। ସଲମାନ ଏକ ଭିଡିଓ ସେୟାର କରି ଏହାର ଝଲକ ଦେଖାଇଛନ୍ତି।
ଗଣପତିଙ୍କ ଆଳତୀ କଲେ ସଲମାନ: ଭିଡିଓରେ ସଲମାନ ଖାନ ଗଣେଶଙ୍କ ଆଳତୀ କରିବା ଦେଖିବାକୁ ମିଳିଛି। ସଲମାନଙ୍କୁ ବ୍ଲାକ ସାର୍ଟ ଏବଂ ବେଜ ଟ୍ରାଉଜରରେ ଦେଖିବାକୁ ମିଳିଛି।
ସଲମାନଙ୍କ ବାପା-ମାଆ ସଲୀମ ଏବଂ ସଲମା ଖାନ ମଧ୍ୟ ଆଳତୀ କରିଛନ୍ତି। ସଲମାନଙ୍କ ଦୁଇ ଭାଇ ଅରବାଜ ଏବଂ ସୋହେଲ ମଧ୍ୟ ସାଙ୍ଗରେ ଥିଲେ।
ଆରବାଜ ଖାନଙ୍କୁ ଗ୍ରେ ପଠାନୀ ସୁଟରେ ଦେଖିବାକୁ ମିଳିଛି।ସେହିପରି ଅର୍ପିତା ହ୍ୱାଇଟ ଡ୍ରେସ ପିନ୍ଧିଛନ୍ତି। ତେବେ ସୋସିଆଲ ମିଡିଆରେ ଏହି ସେଲିବ୍ରେସନର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଅର୍ପିତା ସାରା ଘରକୁ ଖୁବ ଭଲଭାବେ ସଜାଇଛନ୍ତି। ସେ ଫୁଲର ଡେକୋରେସନ ମଧ୍ୟ କରିଛନ୍ତି।
View this post on Instagram
ଅଭିନେତା ରିତେଶ ଦେଶମୁଖ ଏବଂ ଜେନେଲିଆ ଡିସୁଜା ମଧ୍ୟ ନିଜ ପିଲାମାନଙ୍କ ସହ ସେଠାରେ ପହଞ୍ଚିଥିଲେ। ସେ ଫିଙ୍କ କଲରର ଆଉଟଫିଟ ପିନ୍ଧିଥିଲେ। ଏହି ସେଲିବ୍ରେସନରେ ଗଣେଶ ମୂର୍ତ୍ତି ମଧ୍ୟ ଖୁବ ରମଣୀୟ।