ଭୂମିକମ୍ପର ପ୍ରଳୟ, ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ, ୫୪୦୦ରୁ ଅଧିକ ଘର ନଷ୍ଟ, ବଢୁଛି ମୃତ୍ୟୁସଂଖ୍ୟା
ଆଫଗାନିସ୍ତାନର ବିଳମ୍ୱିତ ରାତିର ଭୂକମ୍ପ ସବୁ କିଛି ନଷ୍ଟ କରିଦେଲା।
ଆଫଗାନିସ୍ତାନ: ଭୂକମ୍ପ ନୁହେଁ ତ ଥିଲା ମୃତ୍ୟୁର ତାଣ୍ଡବ। ସୋମବାର ଦିନ ବିଳମ୍ୱିତ ରାତିରେ ଅର୍ଥାତ୍ ରବିବାର ଦିନ ମଧ୍ୟ ରାତ୍ରିରେ ଆଫଗାନିସ୍ତାନରେ ମୃତ୍ୟୁର ବିଭୀଷିକା ରଚିଥିଲା ପ୍ରଳୟକାରୀ ଭୂକମ୍ପ।
ଗୋଟିଏ ରାତିରେ ଏକାଥରେ ପାଞ୍ଚ ପାଞ୍ଚ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୦, ଏବଂ ୫ ରୁ ଅଧିକ ରେକର୍ଡ କରାଯାଇଥିଲା।
ଏହି ଭୟଙ୍କର ଭୂମିକମ୍ପରେ ବିଶାଳ ବିଶାଳ କୋଠା ମାଟିରେ ମିଶି ଯାଇଥିଲା। ଏବଂ ସେହି ଘରର ଭଗ୍ନାବଶେଷ ତଳେ ଚାପି ହୋଇ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି।
ସୂଚନାନୂସାରେ, ଆଫଗାନିସ୍ତାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ କୁନାର ପ୍ରଦେଶରେ ଏହି ଭୟଙ୍କର ଭୂମିକମ୍ପ ଯୋଗୁଁ ଏବେସୁଦ୍ଧା ୧୪୦୦ରୁ ଅଧିକ ଲୋକଙ୍କର ମୃତଦେହ ମିଳିସାରିଲାଣି।
ଏହାଛଡ଼ା ୩୧୨୪ ଜଣ ଲୋକ ଗୁରୁତର ଆହତ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ପ୍ରଳୟଙ୍କାରୀ ଭୂକମ୍ପ ୫୪୦୦ରୁ ଅଧିକ ଘରକୁ ମାଟିରେ ମିଶାଇ ଦେଇଛି।
ରବିବାର ଦିନ ବିଳମ୍ୱିତ ରାତିରେ ହୋଇଥିବା ଏହି ଭୟଙ୍କର ଭୂକମ୍ପ ଅନେକ ଗାଁକୁ ଧ୍ୱସଂ କରିଦେଇଛି। କୁହାଯାଉଛି ଭଗ୍ନାବଶେଷ ତଳେ ଏବେ ବି ଅନେକ ଲୋକ ଚାପି ହୋଇ ରହିଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।