ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ ନା ନାହିଁ, ସ୍ପଷ୍ଟ କଲେ ବିସିସିଆଇ ସଚିବ ଦେବଜୀତ ସାଇକିଆ
ଏସିଆ କପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବ ନା ନାହିଁ, ବିସିସିଆଇ ସଚିବ କଲେ ଖୁଲାସା
ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ର ଆରମ୍ଭ ୯ ସେପ୍ଟେମ୍ବରରେ ୟୁଏଇରେ ହେବାକୁ ଯାଉଛି। ଏଥର ମଧ୍ୟ ଭାରତ ଏବଂ ପାକିସ୍ତାନର ଟିମ ସାମ୍ନା ସାମ୍ନି ହେବେ। ଦୁହିଁଙ୍କ ମଧ୍ୟରେ ଏହି ହାଇ-ଭୋଲ୍ଟେଜ ମୁକାବିକା ୧୪ ସେପ୍ଟେମ୍ବରରେ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହି ମ୍ୟାଚକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା। ହେଲେ ବିସିସିଆଇ ସଚିବ ଦେବଜିତ ସାଇକିଆ ବର୍ତ୍ତମାନ ଏନେଇ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି ଯେ, ଭାରତ-ପାକିସ୍ତାନ ମ୍ୟାଚରେ ବିସିସିଆଇ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନୀତିର ପାଳନ କରୁଛି ଏବଂ ଏଥିରେ ବୋର୍ଡର କୌଣସି ଅସୁବିଧା ନାହିଁ।
ସାଇକିଆ ସ୍ପଷ୍ଟ କଲେ: ପିଟିଆଇକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସାଇକିଆ କହିଛନ୍ତି ଯେ, ପାକିସ୍ତାନ ବିପକ୍ଷ ମ୍ୟାଚକୁ ନେଇ ବିସିସିଆଇର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।
ଆମେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରୁଛୁ। ଭାରତ ସରକାର ଏକ ନୀତି ତିଆରି କରିଛନ୍ତି। ଆମକୁ ସରକାର ନୀତି ଅନୁସରଣ କରିବାରେ କୌଣସି ଅସୁବିଧା ନାହିଁ।