ସ୍ୱାମୀ-ସ୍ତ୍ରୀ ଦୁହେଁ Asia Cupରେ କରିବେ ରୋଜଗାର, ଜାଣନ୍ତୁ କେମିତି

ଏସିଆ କପରେ ସ୍ୱାମୀ-ସ୍ତ୍ରୀ କରିପାରିବେ ରୋଜଗାର, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏସିଆ କପରେ ଟଙ୍କା ବର୍ଷା ହେଲେ, ଏଠାରେ ରୋଜଗାର କରିବାକୁ ବହୁତ ଲୋକେ ଅଛନ୍ତି। ହେଲେ ସମସ୍ତଙ୍କ ନଜର ସ୍ୱମୀ-ସ୍ତ୍ରୀଙ୍କ ଏକ ଯୋଡ଼ି ଉପରେ ରହିବ। ଏମାନେ ଅଳ୍ପ ନୁହେଁ ବହୁତ ଟଙ୍କା କରିବେ ରୋଜଗାର।

ଆମେ ଏଠାରେ କଣେ କ୍ରିକେଟର ଏବଂ ତାଙ୍କ ସ୍ତ୍ରୀଙ୍କ କଥା କହୁଛୁ। ସ୍ୱାମୀଙ୍କ ରୋଜଗାରର ଜରିଆ ଯଦି କ୍ରିକେଟ ହୁଏ, ତେବେ ସ୍ତ୍ରୀଙ୍କ ରୋଜଗାରର ଜରିଆ ହେବ, ଟୁର୍ଣ୍ଣାମେଣ୍ଟର କମେଣ୍ଟ୍ରୀ ଏବଂ ଆଙ୍କରିଂ। ଏହି ସ୍ୱାମୀ-ସ୍ତ୍ରୀ ହେଉଛନ୍ତି, ବୁମରା ଏବଂ ସଞ୍ଜନା।

ଏସିଆ କପରେ ରୋଜଗାର କରିବେ ସ୍ୱାମୀ-ସ୍ତ୍ରୀ: ବୁମରା ଏବଂ ସଞ୍ଜନା ସ୍ୱାମୀ-ସ୍ତ୍ରୀ। ଏମାନଙ୍କର ଲଭଷ୍ଟୋରୀ କ୍ରିକେଟ୍ ପଡିଆରୁ ହିଁ ହୋଇଥିଲା। ସ୍ୱାମୀ-ସ୍ତ୍ରୀ ହେବା ପରେ ବି କ୍ରିକେଟ୍ ଫିଲ୍ଡରେ ଭଲ ଟଙ୍କା ରୋଜଗାର କରୁଛନ୍ତି ଦୁହେଁ।

ବୁମରାଙ୍କୁ ଏସିଆ କପ ପାଇଁ ଚୟନ କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ସଞ୍ଜନାଙ୍କୁ English Commentators ଭାବେ ମନୋନୀତ କରାଯାଇଛି। ଏହାର ଅର୍ଥ ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ମିଶି ଏସିଆକପରେ ରୋଜଗାର କରିବେ।

ନିଜ ନିଜ କାମରେ କରିବେ ରୋଜଗାର: ରିପୋର୍ଟ ମୁତାବକ, ଆଙ୍କର ସଞ୍ଜନା ଗଣେଶନ ୨୦ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରନ୍ତି। ତାଙ୍କ ସ୍ୱାମୀ ଜସପ୍ରୀତ ବୁମରାଙ୍କ ରୋଜଗାର ମଧ୍ୟ ଟି୨୦ ଏସିଆ କପରେ ପ୍ରତି ମ୍ୟାଚରୁ ୩ ଲକ୍ଷ ଟଙ୍କା ରୋଜଗାର କରିବେ।