ଶ୍ରୀଜିଉଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ଦର୍ଶନ

ଗୁପ୍ତନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ।

ପୁରୀ: ଆସନ୍ତାକାଲି ଶ୍ରୀବିଗ୍ରହଙ୍କ ହେବ ବନକଲାଗି। ଦ୍ୱିତୀୟ ଭୋଗମଣ୍ଡପରେ ଭୋଗ ଶେଷ ପରେ ହେବ ଗୁପ୍ତନୀତି। ଗୁପ୍ତନୀତି ପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ।

ଅପରାହ୍ଣ ୫ଟାରୁ ରାତି ୧୦ ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ଶ୍ରୀମନ୍ଦିରରେ ହେବ ଶ୍ରୀଜୀଉଙ୍କ ଗୁପ୍ତ ନୀତି। ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୫ ଘଣ୍ଟା ବନ୍ଦ ରହିବ।

ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଅପରାହ୍ନ ୫ରୁ ରାତି ୧୦ଟା ପର୍ଯ୍ୟନ୍ତ ୫ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ବନକଲାଗି ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।