ଏହି ତାରିଖଠାରୁ ଶସ୍ତା ହୋଇଯିବ କ୍ଷୀର, ଜାଣନ୍ତୁ ଏତିକି ହ୍ରାସ ପାଇବ ମୂଲ୍ୟ

ଶସ୍ତା ହୋଇଯିବ ଦୁଗ୍ଧ, ଜାଣନ୍ତୁ କେତେ କମିବ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଖବର ସାମ୍ନାକୁ ଆସିଛି। ୨୨ ସେପ୍ଟେମ୍ବର ୨୦୨୫ରୁ ଅମୁଲ ଏବଂ ମଦର ଡାଏରୀ ଭଳି ମୁଖ୍ୟ ଡାୟରୀ ବ୍ରାଣ୍ଡସର କ୍ଷୀରର ମୂଲ୍ୟରେ ହ୍ରାସ ହୋଇପାରେ।

ଏହି ନିଷ୍ପତ୍ତି ଜିଏସଟି କାଉନସିଲର ୫୬ତମ ବୈଠକ ପରେ ନିଆଯାଇଛି। ଏଥିରେ କ୍ଷୀର ଏବଂ ପନିର ଭଳି ଆବଶ୍ୟକୀୟ ଉତ୍ପାଦ ଉପରେ ଲାଗୁଥିବା ୫% ଜିଏସଟି ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

କେତେ କମିପାରେ ମୂଲ୍ୟ: ଜିଏସଟି ହଟିବା ପରେ କ୍ଷୀରର ମୂଲ୍ୟରେ ଲିଟର ପିଛା ୨ ଟଙ୍କାରୁ ୪ ଟଙ୍କା ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିପାରେ। ଅମୁଲ ଗୋଲ୍ଡ କ୍ଷୀରର ମୂଲ୍ୟ ୬୯ ଟଙ୍କାରୁ ହ୍ରାସ ପାଇଁ ୬୫ ଟଙ୍କା ହୋଇପାରେ।

ସେହିପରି ମଦର ଡାୟରୀ କ୍ଷୀର ୫୭ ଟଙ୍କାରୁ ୫୪ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ। ଏହି ପରିବର୍ତ୍ତନରେ ସବୁଦିନ କ୍ଷୀର କିଣୁଥିବା ପରିବାରଙ୍କୁ ବାର୍ଷିକ ସଞ୍ଚୟରେ ସାହାଯ୍ୟ ମିଳିବ।

ଅମୁଲ ଏବଂ ମଦର ଡାୟରୀ ସରକାରଙ୍କ ଜିଏସଟି ପରିବର୍ତ୍ତନର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ, ଉପଭୋକ୍ତାମାନଙ୍କୁ ଏହାର ସମ୍ପୂର୍ଣ୍ଣ ଲାଭ ଦିଆଯିବ। କମ୍ପାନୀଗୁଡ଼ିକଙ୍କର ବିଶ୍ୱାସ ଅନୁଯାୟୀ, କ୍ଷୀରର ଚାହିଦା ବଢିବା ସହ ଉପଭୋକ୍ତାଙ୍କ ଭରସା ବଢିବ। ଏଥିସହ ଡାୟରୀ ସେକ୍ଟରକୁ ମଧ୍ୟ ନୂତନ ଶକ୍ତି ମିଳିବ।