ଆପଲ ଫୋନ କିଣିବାକୁ କରୁଛନ୍ତି ପ୍ଲାନ , ଜାଣନ୍ତୁ ସବୁଠାରୁ ଶସ୍ତାରେ iPhone 17 କେଉଁଠୁ ପାଇପାରିବେ…
ବିଶ୍ୱର କେଉଁଠାରେ ଆପଣ ସବୁଠାରୁ ଶସ୍ତା iPhone 17 ପାଇପାରିବେ, ଚୀନ୍ ଏବଂ ଆମେରିକାରେ ଏହାର ମୂଲ୍ୟ କେତେ ଆସନ୍ତୁ ଜାଣିବା...
ଭୁବନେଶ୍ୱର:ଗତକାଲି ସାରା ବିଶ୍ୱରେ ଆଇଫୋନ୍ ୧୭ ଲଞ୍ଚ ହୋଇଛି। ପ୍ରତ୍ୟେକ ଦେଶରେ ଏହାର ମୂଲ୍ୟ ଭିନ୍ନ, କିନ୍ତୁ ଆପଣ ଜାଣନ୍ତି କି ଏହି ନୂଆ ଆଇଫୋନ୍ ସବୁଠାରୁ ଶସ୍ତା ମୂଲ୍ୟରେ କେଉଁଠାରେ ଉପଲବ୍ଧ? ଆସନ୍ତୁ ଜାଣିବା। ଆପଲ୍ ଏହାର ନୂତନ ଆଇଫୋନ୍ ସିରିଜ୍ ଧମାକାଦାର ଭାବରେ ଲଞ୍ଚ କରିଛି। ଏଥର କମ୍ପାନୀ ଚାରୋଟି ମଡେଲ୍, ଆଇଫୋନ୍ ୧୭, ଆଇଫୋନ୍ ୧୭ ପ୍ରୋ, ଆଇଫୋନ୍ ୧୭ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ୍ ୧୭ ଏୟାର୍ ମାର୍କେଟକୁ ଛାଡିଛି। ଏଥିମଧ୍ୟରୁ ଆଇଫୋନ୍ ୧୭ ସାଧାରଣ ମଡେଲ ହେଇଥିବା ବେଳେ , ବାକି ମଡେଲ୍ ଗୁଡିକ ଉନ୍ନତ ବୈଶିଷ୍ଟ୍ୟ ଏବଂ ପ୍ରିମିୟମ୍ ସେଗମେଣ୍ଟକୁ ସହିତ ଆସିଛି। ଭାରତରେ ଆଇଫୋନ୍ ୧୭ର ପ୍ରାରମ୍ଭିକ ମୂଲ୍ୟ ୮୨,୯୦୦ ଟଙ୍କା ରଖାଯାଇଛି, କିନ୍ତୁ ବିଶ୍ୱର ବିଭିନ୍ନ ଦେଶରେ ଏହାର ମୂଲ୍ୟ ଭିନ୍ନ ଭିନ୍ନ। ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନ୍ କେଉଁଠାରେ ସବୁଠାରୁ ଶସ୍ତାରେ ଉପଲବ୍ଧ ହେବ।
ଆପଲର ଘରୋଇ ବଜାର, ଆମେରିକାକୁ ସବୁବେଳେ ଆଇଫୋନର ସର୍ବନିମ୍ନ ମୂଲ୍ୟ ଥିବା ଦେଶ ଭାବରେ ବିବେଚନା କରାଯାଇଆସୁଛି। ଏଠାରେ, ଆଇଫୋନ ୧୭ ର ମୂଲ୍ୟ ୭୯୯ ଡ଼ଲାର (ପ୍ରାୟ ୭୦,୫୮୦ ଟଙ୍କା) ରଖାଯାଇଛି। ଆଇଫୋନ ୧୭ ଏୟାର ୯୯୯ ଡ଼ଲାର, ଆଇଫୋନ ୧୭ ପ୍ରୋ $୧,୦୯୯ଏବଂ ଆଇଫୋନ ୧୭ ପ୍ରୋ ମ୍ୟାକ୍ସ $୧,୧୯୯ ରେ ଉପଲବ୍ଧ।
ସେହିଭଳି କାନାଡାରେ iPhone ୧୭ ର ମୂଲ୍ୟ $୧,୧୨୯ (ପ୍ରାୟ ୭୬ ,୩୯୫ଟଙ୍କା)। iPhone୧୭ Air $୧୪୪୯ , iPhone ୧୭ Pro $୧୫୯୯ ଏବଂ iPhone ୧୭ Pro Max $୧୭୪୯ ରେ ଉପଲବ୍ଧ।
ଭାରତରେ iPhone ୧୭ ର ପ୍ରାରମ୍ଭିକ ମୂଲ୍ୟ ୮୨,୯୦୦ ଟଙ୍କା। iPhone ୧୭ Air ର ୨୫୬ GB ସଂସ୍କରଣ ୧,୧୯,୯୯୦ ଟଙ୍କାରେ ଲଞ୍ଚ ହୋଇଛି, iPhone ୧୭ Pro ର ୨୫୬ GB ସଂସ୍କରଣ ୧,୩୪,୯୦୦ଟଙ୍କାରେ ଲଞ୍ଚ ହୋଇଛି ଏବଂ iPhone ୧୭ Pro Max ର ୨୫୬ GB ସଂସ୍କରଣ ୧,୪୯,୯୦୦ ଟଙ୍କାରେ ଲଞ୍ଚ ହୋଇଛି।
ଦୁବାଇରେ, iPhone୧୭ AED ୩୩୯୯(ପ୍ରାୟ ୮୧,୬୩୯ ଟଙ୍କା) ରୁ ଆରମ୍ଭ ହେଉଛି। iPhone ୧୭ Air AED ୪୨୯୯(ପ୍ରାୟ ୧,୦୩,୨୫୬ ଟଙ୍କା), iPhone ୧୭ Pro AED ୪୬୯୯(ପ୍ରାୟ ୧,୧୨,୮୬୩ଟଙ୍କା) ଏବଂ iPhone୧୭ Pro Max AED ୫୦୯୯ ରେ ଉପଲବ୍ଧ।
ଚୀନ୍ରେ iPhone ୧୭ ର ମୂଲ୍ୟ ୫୯୯୯ୟୁଆନ୍ (ପ୍ରାୟ ୬୮,୫୦୦ ଟଙ୍କା) ସ୍ଥିର କରାଯାଇଛି। iPhone ୧୭ Air ୭୯୯୯ୟୁଆନ୍ (ପ୍ରାୟ ୯୧,୫୦୦ ଟଙ୍କା), iPhone ୧୭ Pro ୮୯୯୯ୟୁଆନ୍ (ପ୍ରାୟ ୧,୦୩,୦୦୦ ଟଙ୍କା) ଏବଂ iPhone ୧୭ Pro Max ୯୯୯୯ ୟୁଆନ୍ (ପ୍ରାୟ ୧,୧୪,୦୦୦ଟଙ୍କା) ରେ ଉପଲବ୍ଧ।
ଯଦି ଆମେ ମୂଲ୍ୟ ତୁଳନା କରିବା, ତେବେ ଚୀନରେ iPhone ୧୭ ସବୁଠାରୁ ଶସ୍ତାରେ ଉପଲବ୍ଧ। ଚୀନରେ ଏହାର ମୂଲ୍ୟ ପ୍ରାୟ ୬୮,୫୦୦ଟଙ୍କା। ଏହା ପରେ, ଆମେରିକା ଦ୍ୱିତୀୟ ସବୁଠାରୁ ଶସ୍ତା ବଜାର। ସେହି ସମୟରେ, ଭାରତ ଏବଂ ୟୁକେରେ iPhone ୧୭ ର ମୂଲ୍ୟ ସର୍ବାଧିକ।
ଅଷ୍ଟ୍ରେଲିଆରେ iPhone ୧୭ ର ମୂଲ୍ୟ A$୧୩୯୯(ପ୍ରାୟ ୮୧,୨୮୪ଟଙ୍କା), iPhone ୧୭ Air ର ମୂଲ୍ୟ (ପ୍ରାୟ ୧,୦୪,୫୨୪ଟଙ୍କା), iPhone୧୭ Pro ର ମୂଲ୍ୟ (ପ୍ରାୟ ୧,୧୬,୧୪୫ଟଙ୍କା) ଏବଂ iPhone ୧୭ Pro Max ର ମୂଲ୍ୟ (ପ୍ରାୟ ୧,୨୭,୭୬୫ଟଙ୍କା) ରହିଛି।