ନୂଆ ମହିନ୍ଦ୍ରା ଥାରକୁ ନେଇ ଉତ୍ସାହିତ ଥିଲେ ମହିଳା, ଲେମ୍ପୁ ଉପରେ ଚଢାଉଥିଲେ ଗାଡ଼ି, ସିଧା ପ୍ରଥମ ମହଲାରୁ ପଡ଼ିଲା ତଳେ, ଦେଖନ୍ତୁ ଭିଡ଼ିଓ…

ଦିଲ୍ଲୀର ପ୍ରୀତ ବିହାରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଗଲା ।

ଓଡ଼ିଶା ଭାସ୍କର: ମହିନ୍ଦ୍ରା ଥାର କାର୍ ଆଜିକାଲି ଯୁବପିଢିଙ୍କ ପ୍ରଥମ ପସନ୍ଦ ପାଲଟିଛି । ଆଉ କିଛି ଲୋକ ଏହାକୁ ଦେଖି ଭୟଭୀତ ମଧ୍ୟ ହେଉଛନ୍ତି ।

ଦିଲ୍ଲୀର ପ୍ରୀତ ବିହାରରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଗଲା । ନୂଆ ଥାର୍ କାରଟି ଶୋରୁମରୁ ବାହାରିବା ମାତ୍ରେ ପ୍ରଥମ ମହଲାରୁ ଖସି ତଳେ ପଡ଼ିଗଲା ।

ଖବର ମୁତାବକ, ନୂଆ ଥାର କାର୍ କିଣିଥିବା ବ୍ୟକ୍ତିଙ୍କୁ ଶୋରୁମର ଡେଲିଭରୀ ଦିଆଯାଉଥିଲା । ପ୍ରଥମ ମହଲାରେ ରଖାଯାଇଥିବା ନୂଆ ଥାର୍ କାରକୁ ପ୍ରଦୀପ ଏବଂ ତାଙ୍କ ପତ୍ନୀ ମଣି ପାୱାର କିଣିଥିଲେ । ଶୋ’ରୁମର ସେଲ୍ସମ୍ୟାନ୍ କାରର ଫିଚର୍ସ ତାଙ୍କୁ ବୁଝାଉଥିଲେ । ମହିଳା ଜଣକ ଶୋ’ରୁମରେ ନୂତନ କାର ପୂଜା କରିଥିଲେ । ପୂଜା ପାଇଁ ଥର ଚକତଳେ ଲେମ୍ବୁ ଲଗାଯାଇଥିଲା ।

ପଢ଼ନ୍ତୁ ଅଧିକ ଖବର…Video: ଭାରତର ଦମଦାର ବିଜୟ ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି ପାକିସ୍ତାନୀ କ୍ରିକେଟର, ଦେଖନ୍ତୁ ଏ ଭିଡ଼ିଓ…

ଲେମ୍ବୁ ଉପରେ ଚଢ଼ାଇବାକୁ ଶୋ’ରୁମ କର୍ତ୍ତୃପକ୍ଷ କହିଥିବାବେଳେ ମହିଳା ଜଣକ ଏକ୍ସିଲେଟରକୁ ଜୋରରେ ଦବାଇ ଦେଇଥିଲେ ଏବଂ କାରଟି ଶୋ’ରୁମରେ ପ୍ରଥମ ମହଲାରୁ ଖସି ଫୁଟପାଥ୍ ଉପରେ ପଡ଼ିଥିଲା ।

ଫଳରେ କାରର ଏକ ଏୟାର ବ୍ୟାଗ ଖୋଲିଯାଇଥିଲା । ଘଟଣା ପରେ କାରଟି କ୍ଷତିଗ୍ରସ୍ତ ହୋଇଥିଲା, ତଥାପି କେହି ଅଭିଯୋଗ କରି ନଥିଲେ । ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି ।