ଭୟରେ ବାହାରକୁ ଦୌଡ଼ିଲେ ଲୋକ, ଭାରତରେ ଭୂମିକମ୍ପ, ଥରି ଉଠିଲା ଏହି ରାଜ୍ୟ
ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଉଦଲଗୁଡ଼ି ଜିଲ୍ଲାରେ
ଆସାମ: ଥରିଲା ଭାରତର ଏହି ରାଜ୍ୟ। ଭୂମିକମ୍ପ ଝଟକାରେ ଥରିଲା ଆସାମ। ରବିବାର ଅପରାହ୍ନରେ ଥରିଛି ଆସାମ। ପଶ୍ଚିମବଙ୍ଗର ସିଲିଗୁଡ଼ି ସମେତ ଉତ୍ତର ବଙ୍ଗରେ ପ୍ରବଳ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ୫.୯ ମାପ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଉଦଲଗୁଡ଼ି ଜିଲ୍ଲାରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା
ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (GFZ) ଅନୁଯାୟୀ, ରବିବାର ଅପରାହ୍ନ ୨ଟା ୪୧ ସମୟରେ ଉତ୍ତର-ପୂର୍ବ ଭାରତରେ ୫.୯ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ମାତ୍ର ୧୦ କିଲୋମିଟର ଗଭୀରତାରେ ଥିଲା । ଏହି ଭୂମିକମ୍ପର ଝଟକା ଆସାମର ଗୌହାଟୀ ସମେତ ଅନେକ ଅଞ୍ଚଳରେ ଅନୁଭୂତ ହୋଇଥିଲା।
ଏହା ଉତ୍ତର ବଙ୍ଗର ସିଲିଗୁଡ଼ିରେ ମଧ୍ୟ ଅନୁଭୂତ ହୋଇଛି । ଭୁଟାନ ଏବଂ ବାଂଲାଦେଶର ଉତ୍ତର ଭାଗରେ ଭୂମିକମ୍ପ ଝଟକା ପହଞ୍ଚିଛି ।
ସ୍ଥାନୀୟ ପ୍ରଶାସନ କ’ଣ କହିଛି ଜାଣନ୍ତୁ
ଆସାମ ଅଧିକାରୀମାନେ କହିଛନ୍ତି ଯେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ତୁରନ୍ତ କୌଣସି ଖବର ନାହିଁ। ଭୂମିକମ୍ପ ଯୋଗୁଁ ଜୀବନ ଏବଂ ସମ୍ପତ୍ତି କ୍ଷତି ଘଟଣାର ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଛି ।
ଆଜି କର୍ଣ୍ଣାଟକରେ ମଧ୍ୟ ଭୂମିକମ୍ପ ହୋଇଛି
ଅନ୍ୟପକ୍ଷରେ ରବିବାର ଅପରାହ୍ନରେ କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ ରିକ୍ଟର ସ୍କେଲରେ ୨.୭ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ଅନୁଯାୟୀ, ଅପରାହ୍ନ ୧ଟା ୪୪ ରେ ଭୂମିକମ୍ପ ହୋଇଥିଲା ।
ଏହାର କେନ୍ଦ୍ରସ୍ଥଳ ରାଇଚୁର ନିକଟରେ 16.04 ଉତ୍ତର ଅକ୍ଷାଂଶ ଏବଂ 76.63 ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଭୂମିକମ୍ପର ଗଭୀରତା ପ୍ରାୟ 10 କିଲୋମିଟର ଥିଲା।