ଘାତକ ବୋଲିଂ ଆଗରେ ପାକିସ୍ତାନ ବୋକା, ପାକ୍କୁୁ ପାଣି ପିଆଇଲା ଇଣ୍ଡିଆ , ୧୨୮ ରନ୍ ଭାରତ ପାଇଁ ଟାର୍ଗେଟ
୧୨୭ ରନ୍ ୯ ୱିକେଟ ୨୦ ଓଭରରେ ପାକିସ୍ତାନକୁ ଧୋଇଲା ଭାରତ।
ଓଡ଼ିଶାଭାସ୍କର: ଏସିଆ କପ୍ ପାଇଁ ଦୁବାଇରେ ଚାଲିଥିବା ମ୍ୟାଚରେ ଦମ୍ ଦେଖାଇଲା ଭାରତ। ଭାରତର ଘାତକ ବୋଲିଂ ଆଗରେ ଫେଲ ମାରିଲେ ପାକିସ୍ତାନ ବ୍ୟାଟର ମାରିଲେ ଫେଲ।
ଭାରତ ଆଗରେ ରହିଛି ୧୨୮ ରନ୍ର ଟାର୍ଗେଟ୍। ୧୨୭ ରନ୍ ୯ ୱିକେଟ ୨୦ ଓଭରରେ ପାକିସ୍ତାନକୁ ଧୋଇଲା ଭାରତ।
ଶାହିନ ଆଫ୍ରିଦି ୧୬ ବଲ୍ ରେ ୪ଟି ଛକା ସହାୟତାରେ ଅପରାଜିତ ୩୩ ରନ୍ କରି ସମଗ୍ର ପାକିସ୍ତାନର ସମ୍ମାନ ରକ୍ଷା କରିଥିଲେ।
ପାକିସ୍ତାନ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିପାରିଥିଲା। ଏଥିରେ ଜସପ୍ରୀତ ବୁମରାହ ୪ ଓଭରରେ ୨୮ ରନ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୩ ଓଭରରେ ୩୪ ରନ୍ ଦେଇଥିଲେ।
ସ୍ପିନରମାନେ ୧୩ ଓଭରରେ ମାତ୍ର ୬୫ ରନ୍ ଦେଇଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ତିନୋଟି ୱିକେଟ୍ ନେଇଥିଲେ। ଜସପ୍ରୀତ ବୁମରାହ ଏବଂ ଅକ୍ଷର ପଟେଲ ଦୁଇଟି ଲେଖାଏଁ ୱିକେଟ୍ ପାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।