CHARIDHAM

କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା: ମାଟି ତଳୁ ବାହାରିଲା ମୃତଦେହ, ବୀମା ଟଙ୍କା ପାଇଁ ହତ୍ୟା ସନ୍ଦେହ

କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା । ମାଟିତଳୁ ବାହାରିଲା ମୃତଦେହ । ସିମେଣ୍ଟ ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି।

ଭୁବନେଶ୍ବର: କନେଷ୍ଟବଳ ଶୁଭମିତ୍ରା ସାହୁ ହତ୍ୟା ଘଟଣା । ମାଟିତଳୁ ବାହାରିଲା ମୃତଦେହ । ସିମେଣ୍ଟ ଅଖା ଭିତରେ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ଘଟଙ୍ଗା ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଳି ବାହାର କଲା ପୋଲିସ । ମୃତଦେହ ପୋତିଥିବା ସ୍ଥାନ ଦୋଖାଇଥିଲା ଅଭିଯୁକ୍ତ ।

ତେବେ ରାଜଧାନୀ ଭୁବନେଶ୍ବରରୁ ନିଖୋଜ ମହିଳା କନେଷ୍ଟବଳ ଶୁଭମିତ୍ରା ସାହୁଙ୍କ ଗଳିତ ମୃତଦେହ ଆଜି ଅପରାହ୍‌ଣରେ  କେନ୍ଦୁଝର ଜିଲ୍ଲା ଘଟଗାଁରୁ ଉଦ୍ଧାର ହୋଇଛି। ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଜେସିବି ଲଗାଇ ଏହି ମୃତଦେହ ଉଦ୍ଧାର କରାଯାଇଛି। 

ଏହି ହତ୍ୟାକାଣ୍ଡ ନେଇ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, ଶୁଭମିତ୍ରା ସାହୁ ସେପ୍ଟେମ୍ବର ୬ ତାରିଖ ଠାରୁ ଡ୍ୟୁଟି ଆସିଥିଲେ। ଗତ ୭ତାରିଖ ଠାରୁ ନିଖୋଜ ନେଇ ଅଭିଯୋଗ କ୍ୟାପିଟାଲ ତାନାରେ ହୋଇଥିଲା। ଅଭିଯୋଗ ପରେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସେ ଶେଷରେ ଦୀପକଙ୍କ ସହ ଯୋଗାଯୋଗ କରିଥିବାରୁ ତାଙ୍କ ଉପରେ ନଜର ରହିଥିଲା। ଏହା ପରେ ଦୀପକଙ୍କ ଉପରେ ସନ୍ଦେହ ରହିଥିଲା। ସବୁ ତଥ୍ୟ ପ୍ରମାଣ ପରେ ଦୀପକ ରାଉତକୁ ଗିରଫ କରାଯାଇଛି। ହତ୍ୟା କରିବା ପରେ ନିଜେ କିମ୍ବା ସହଯୋଗୀଙ୍କ ସାହାଯ୍ୟରେ ମୃତଦେହକୁ ଡ଼ିସପୋଜ କରିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ ଶୁଭମିତ୍ରା ଡିସିପି କାର୍ଯ୍ୟାଳୟକୁ ଡ୍ୟୁଟି କରିବାକୁ ଯାଇଥିଲେ। ସନ୍ଧ୍ୟା ୭ଟାରେ ଭଡ଼ା ଘରକୁ ଫେରିଥିଲେ। ଏହାପରଠୁ ତାଙ୍କର ମୋବାଇଲ ସୁଇଚଅଫ୍ ହୋଇଯାଇଥିଲା। ଦୁଇ ଦିନ କାଳ ଯୋଗାଯୋଗ ନହେବାରୁ ତାଙ୍କ ବାପା ଆସି ଖୋଜାଖୋଜି କରିବା ସହ କ୍ୟାପିଟାଲ ଥାନାରେ ଝିଅ ନିଖୋଜ ଥିବା ନେଇ ଏତଲା ଦେଇଥିଲେ।

ପୁଲିସ ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଥିଲା। ଅଭିଯୁକ୍ତ ଦୀପକ ପୁଲିସ ଆଗରେ କହିଛି, ଭୁବନେଶ୍ୱରରୁ ତଣ୍ଟି ଚିପି ହତ୍ୟା କରିବା ପରେ, ନେଇଥିଲା କେଉଁଝର I ହତ୍ୟାରେ ବ୍ୟବହୃତ କାର ଜବତ କରି ଖୋଳତାଡ଼ ଆରମ୍ଭ କରୁଛି କ୍ୟାପିଟାଲ ଥାନା ପୁଲିସ୍ I ଅଭିଯୁକ୍ତ ଗିରଫ ହୋଇଛି।  

ତେବେ 10 ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା ସନ୍ଦେହ କରୁଥିବା ପୋଲିସ କମିସନର ଏସ.ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । 10 ଲକ୍ଷ ଟଙ୍କା ନେଣଦେଣ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଶୁଭମିତ୍ରାଙ୍କ ଠାରୁ 10 ଲକ୍ଷ ଟଙ୍କା ନେଇଥିଲେ ଦୀପକ ରାଉତ । ଶୁଭମିତ୍ରାଙ୍କ ନାଁରେ କୋଟିଏ ଟଙ୍କା ବୀମା ମଧ୍ୟ ରହିଛି । ସେହି ବୀମା ଟଙ୍କା ହାତେଇବାକୁ ହତ୍ୟା କରାଯାଇଥିବା ସନ୍ଦେହ । ତଦନ୍ତ ଜାରି ରହିଛି । ତଦନ୍ତ ପରେ ସବିଶେଷ ତଥ୍ଯ ଦିଆଯିବ ।