Odisha Assembly: ଆଜିଠୁ ବିଧାନସଭା ଅଧିବେଶନ, ଅନାସ୍ଥା ଝଡରେ କମ୍ପିବ ଗୃହ !
ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର 25 ତାରିଖ ଯାଏଁ ଚାଲିବ ଅଧିବେଶନ । ଆଜିଠୁ ସପ୍ତାହେ ଯାଏଁ କମ୍ପିବ ବିଧାନସଭା ।
ଭୁବନେଶ୍ବର: ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର 25 ତାରିଖ ଯାଏଁ ଚାଲିବ ଅଧିବେଶନ । ଆଜିଠୁ ସପ୍ତାହେ ଯାଏଁ କମ୍ପିବ ବିଧାନସଭା । ସରକାରଙ୍କ ବିରୋଧରେ କଂଗ୍ରେସ ଆଣିପାରେ ଅନାସ୍ଥା ।
ସେପଟେ ଆଇନଶୃଙ୍ଖଳା, ଚାଷୀ ପ୍ରସଙ୍ଗରେ ଘେରିବ ବିଜେଡ଼ି । ବିରୋଧୀଙ୍କୁ କାଉଣ୍ଟର ପାଇଁ ଶାସକ ଦଳ ପ୍ରସ୍ତୁତ କରିଛି ରଣନୀତି । ଏନେଇ ବିଧାନସଭା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାସହ ସୁରକ୍ଷା ଦୃଷ୍ଟିରେ ରଖି ମୁତୟନ କରାଯାଇଛି 30 ପ୍ଲାଟୁନ ଫୋର୍ସ ।
ତେବେ ଏଥର ଚୋଚକ ହୋଇପାରେ ବିଧାନସଭା ଅଧିବେଶନ। ଚଳିତ ଅଧିବେଶନକୁ ଅଧିକ ସରଗରମ କରିବ ଅନାସ୍ଥା ପ୍ରସଙ୍ଗ। ଅନାସ୍ଥା ଆଣି ସରକାରଙ୍କୁ ଅକଳରେ ପକାଇବାକୁ ରଣନୀତି କରିଛି କଂଗ୍ରେସ। ଏହାସହ ଆଇନଶୃଙ୍ଖଳା, ଛାତ୍ର ସଂସଦ ନିର୍ବାଚନ, ସାର ସଙ୍କଟକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ବିଧାୟକ ଦଳ ବୈଠକର କଂଗ୍ରେସ ଏନେଇ ପ୍ରସ୍ତୁତ କରିଛି ରଣନୀତି।
ହେଲେ ମୁଖ୍ୟ ବିରୋଧୀ ଭାବେ ଏଥର ଅଧିକ ଆକ୍ରମଣାତ୍ମକ ହୋଇପାରେ ବିଜେଡି। ସାର ଅଭାବକୁ ନେଇ ବିଜେଡି ରାସ୍ତାକୁ ଓହ୍ଲାଇଥିବା ବେଳେ ଗୃହ ଭିତରେ ବି ସରକାରଙ୍କୁ ଜବାବ ମାଗିବ। ନାରୀ ନିର୍ଯାତନା ସହ ଆଇନ ଶୃଙ୍ଖଳାକୁ ପ୍ରମୁଖ ପ୍ରସଙ୍ଗ କରିବ ବିଜେଡି। ଗତକାଲି ଶଙ୍ଖ ଭବନରେ ବସିଥିବା ବିଜେଡ଼ିର ବିଧାୟକ ଦଳ ବୈଠକରେ ଏନେଇ ପ୍ରସ୍ତୁତ ହୋଇଛି ଚୁଡାନ୍ତ ରଣନୀତି। ତେବେ ଅନାସ୍ଥାକୁ ନେଇ ବିଜେଡି କୌଣସି କାର୍ଡ ଖୋଲି ନଥିବା ବେଳେ ଠିକ ସମୟରେ ଠିକ ନିଷ୍ପତ୍ତି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା।