ନକହି ନକହି ବଡ଼ କଥା କହିଦେଲେ ରାହୁଲ ଗାନ୍ଧୀ, ଭାରତରେ ହେବ ନେପାଳ ସ୍ଥିତି, ଦେଶର Gen-Z ରୋକିବେ ଭୋଟ୍ ଚୋରି
"ଭାରତରେ ହେବ ନେପାଳ ସ୍ଥିତି"।
ନୂଆଦିଲ୍ଲୀ: ନକହି ନକହି ବଡ଼ କଥା କହିଦେଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଭାରତରେ ହେବ ନେପାଳ ସ୍ଥିତି। ଆଉ ଦେଶର ସମ୍ୱିଧାନ ବଞ୍ଚାଇବେ Gen-Z।
ହଁ ଆଜ୍ଞା କଂଗ୍ରେସ ସାଂସଦ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଯୁବପିଢ଼ି, ଛାତ୍ର ଏବଂ Gen-Z ସମ୍ବିଧାନକୁ ରକ୍ଷା କରିବେ, ଗଣତନ୍ତ୍ରକୁ ସୁରକ୍ଷା ଦେବେ ଏବଂ ଭୋଟ ଚୋରିକୁ ରୋକିବେ।
ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ସର୍ବଦା ସେମାନଙ୍କ ସହିତ ଠିଆ ହେବି।” ଆଉ ରାହୁଲଙ୍କ ଏପରି ମନ୍ତବ୍ୟ ପରେ ଯାହା ଜଣା ପଡୁଛି ବିରୋଧୀ ଦଳ ଗୁଡ଼ିକ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟକୁ ନେଇ ବିବାଦ ସୃଷ୍ଟି କରିପାରନ୍ତି। କାରଣ ପଡ଼ୋଶୀ ଦେଶ ନେପାଳରେ Gen-Z ସାମ୍ପ୍ରତିକ କାର୍ଯ୍ୟକଳାପ କୌଣସି ଲୁଚା ଛପା ନୁହେଁ।
ନେପାଳରେ ନିକଟରେ ଏକ Gen-Z ଆନ୍ଦୋଳନ ଏକ ବିପ୍ଳବ ସୃଷ୍ଟି କରିତିଲା। ଏହା ଉତିହାସର ପ୍ରଥମ Gen-Z ଆନ୍ଦୋଳନ ଥିଲା। ରାହୁଲ ଗାନ୍ଧୀଙ୍କ Gen-Z ବିଷୟରେ ଏପରି ମନ୍ତବ୍ୟକୁ ଅନେକ ଭାବରେ ବ୍ୟାଖ୍ୟା କରାଯାଉଛି।
ନେପାଳରେ ଏହି Gen-Z ପ୍ରତିବାଦ ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୋଧରେ ଥିଲା। କିନ୍ତୁ ପ୍ରତିବାଦ ଧୀରେ ଧୀରେ ହିଂସାତ୍ମକ ହୋଇଗଲା, ଯାହାର ଫଳସ୍ୱରୂପ ୩୪ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ହଜାର ହଜାର ଲୋକ ଆହତ ହୋଇଥିଲେ।
Gen-Z ପ୍ରତିବାଦ ପରେ ନେପାଳରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହେଲା, ସୁଶୀଳା କାର୍କିଙ୍କୁ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଗଲା।
ଭୋଟ ଚୋରି ଉପରେ ରାହୁଲଙ୍କ ଆକ୍ରମଣ: ପ୍ରକୃତରେ ରାହୁଲ ଗାନ୍ଧୀ ଆଜିକାଲି ଭୋଟ ଚୋରି ପ୍ରସଙ୍ଗ ଉପରେ ନିରନ୍ତର ଆକ୍ରମଣ କରୁଛନ୍ତି। ସେପ୍ଟେମ୍ବର ୧୮ ତାରିଖରେ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ କମିଶନଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ।
କଂଗ୍ରେସ ସାଂସଦ ଅଭିଯୋଗ କରିଥିଲେ ଯେ ନିର୍ବାଚନ କମିଶନ ଲୋକଙ୍କ ଭୋଟ ଡିଲିଟ୍ କରୁଛନ୍ତି ଏବଂ ଏଥିପାଇଁ ନକଲି ମୋବାଇଲ୍ ନମ୍ବର ବ୍ୟବହାର କରୁଛନ୍ତି। ରାହୁଲ ଏହା ମଧ୍ୟ ଦାବି କରିଛନ୍ତି ଯେ ନିର୍ବାଚନ କମିଶନ ନିଜେ ଏବେ ଏହି ସୂଚନା ପ୍ରଦାନ କରୁଛନ୍ତି।
ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା: ନିର୍ବାଚନ କମିଶନ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କମିଶନ କହିଛନ୍ତି ଯେ ତାଙ୍କ ଦ୍ୱାରା ଲଗାଯାଇଥିବା ସମସ୍ତ ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ।
କୌଣସି ନାଗରିକଙ୍କ ଦ୍ୱାରା ଅନଲାଇନରେ ଦିଆଯାଇଥିବା କୌଣସି ଭୋଟ୍ ଡିଲିଟ୍ କରାଯାଇପାରିବ ନାହିଁ। ରାହୁଲ ଗାନ୍ଧୀ ଏକ ଭୁଲ ଧାରଣା ସୃଷ୍ଟି କରିଛନ୍ତି।