କମାଲ କରିଦେଲେ ଅର୍ଶଦୀପ, ନୂଆ ରେକର୍ଡ ଦେଖି ଚକିତ ନାମିଦାମି କ୍ରିକେଟର

ନୂଆ ରେକର୍ଡ କଲେ ଅର୍ଶଦୀପ, ଭାରତୀୟ ବୋଲରଙ୍କୁ ପଛରେ ପକାଇଲେ। ପ୍ରଶଂସା କଲେ ଟପ୍ ଖେଳାଳି ।

ଓଡିଶାଭାସ୍କର: ଗୋଟେ ପଟେ ଓମାନ ବିପକ୍ଷ ମ୍ୟାଚ ଶେଷ ହୋଇଛି। ଭାରତ ଦମଦାର ପ୍ରଦର୍ଶନ କରି ନିଜ ବିଜୟର ଧାରା ଜାରି ରଖିଛି। ଆଉ ଏହି ମ୍ୟାଚରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ଏକ ନୂଆ ରେକର୍ଡ କରିଛନ୍ତି। ଭାରତର ଅନେକ ବୋଲର ଏବେ ସୁଦ୍ଧା ସେ ରେକର୍ଡ କରିବାରେ ସଫଳ ହୋଇନାହାନ୍ତି ।

ଟପ ବୋଲରଙ୍କ ଭିତରେ ଭାରତୀୟ ବୋଲର: ବର୍ତ୍ତମାନ ଏସିଆ କପ ୨୦୨୫ ମ୍ୟାଚ ଚାଲିଛି। ଗୋଟିଏ ପରେ ଗୋଟେ ନୂଆ ରେକର୍ଡ ସାମ୍ନାକୁ ଆସୁଛି।

ଏହି ସମୟରେ ଅର୍ଶଦୀପଙ୍କ ଜଲଓ୍ୱା ପ୍ରଶଂସାର ବିଷୟ ପାଲଟିଛି। କମ୍ ମ୍ୟାାଚ ଖେଳି ମାତ୍ର ୪ ବର୍ଷ ଭିତରେ ୧୦୦ଟି ଓ୍ୱିକେଟ ନେବାରେ ଅର୍ଶଦୀପ ସିଂ ଏବେ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ଟପ୍ ୪ରେ ଅର୍ଶଦୀପ ସିଂ : ଏହି ତାଲିକାରେ ପ୍ରଥମେ ଆଫଗାନିସ୍ଥାନ ବୋଲର ରଶିଦ ଖାନ, ଶ୍ରୀଲଙ୍କାର ଦ୍ରୁତ ବୋଲର ଓ୍ୱାନିନ୍ଦୁ ହସରଙ୍ଗା , ନେପାଳର ବୋଲର ସନ୍ଦୀପ ଲାମିଚାନେ ରହିଛନ୍ତି।

୩ ବୋଲରଙ୍କ ପରେ ପ୍ରଥମ ଭାରତୀୟ ଭାବେ ଏହି ତାଲିକାରେ ଅର୍ଶଦୀପଙ୍କ ନାମ ସାମିଲ ହୋଇଛି। ଏମାନଙ୍କ ମଧ୍ୟରୁ ରଶିଦ ଖାନ ୫୩ ଟି ମ୍ୟାଚ ଖେଳିଥିବା ବେଳେ, ସନ୍ଦୀପ ଲାମିଚେନ ୫୪ଟି ମ୍ୟାଚ, ଓ୍ୱାନିନ୍ଦୁ ହସରଙ୍ଗା ୬୩ଟି ମ୍ୟାଚରେ ମୋଟ ୧୦୦ ଟି ଓିକେଟ ନେବାର ସଫଳ ହୋଇଛନ୍ତି। ସେହିପରି ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ୬୪ଟି ମ୍ୟାଚ ଖେଳି ଏହି ତାଲିକାରେ ନିଜ ନାମ ପକ୍କା କରିଛନ୍ତି।

କମ ସମୟରେ କମାଲ କଲେ ଅର୍ଶଦୀପ : ୨୦୨୨ ମସିହା ଜୁଲାଇ ମାସରେ ଅର୍ଶଦୀପ ଇଲଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି ମ୍ୟାଚରେ ଡେବ୍ୟୁ କରିଥିଲେ। ମାତ୍ର ୩ ବର୍ଷ ୭୪ ଦିନ ଭିତରେ ହିଁ ସେ ୧୦୦ ଟି ଓିକେଟ ନେବାରେ ସଫଳ ହୋଇଛନ୍ତି। ଗତକାଲିର ମ୍ୟାଚରେ ଘାତକ ବୋଲର ଜସପ୍ରିତ ବୁମରାହଙ୍କ ବଦଳରେ ଅର୍ଶଦୀପଙ୍କୁ ଖେଳା ଯାଇଥିଲା। ଆଉ ତାଙ୍କର ପ୍ରଦର୍ଶନ ଅତ୍ୟନ୍ତ ଭଲ ଥିଲା।