ଧୋଇଯିବ ପୂଜା ମଉଜ, ଦଶହରାରେ ପ୍ରବଳ ନାଦିବ, ଆଗ ପଛ ହୋଇ ଆସୁଛି ଦୁଇଟି ଲଘୁଚାପ

ବର୍ଷା ପାଇଁ ଛାନିଆ ପୂଜା କମିଟି।

ଭୁବନେଶ୍ୱର: କେଉଁଠି ଥିଲା ଦଶହରାକୁ ଚାଲି ଆସିଲା। ଠିକ୍ ଦଶହରା ବେଳେ ବର୍ଷା ଛେଚିବ । ପୂଜା ବଜାରକୁ ନଷ୍ଟ କରିବ ଲଘୁଚାପ ବର୍ଷା। ବର୍ଷା ପାଇଁ ଛାନିଆ ପୂଜା କମିଟି।

ଆଗ ପଛ ହୋଇ ଆସୁଛି ୨ ବଡ଼ ଲଘୁଚାପ । ଆଞ୍ଚଳିକ ପାଣିପାଗ ବିଭାଗ କହୁଛି- ଆସନ୍ତା ୨୫ ଓ ଅକ୍ଟୋବର ୧ରେ ପୁଣି ସୃଷ୍ଟି ହେବ ଲଘୁଚାପ। ଦୁଇ ଦୁଇଟି ବଡ଼ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

ଉତ୍ତର ଆଣ୍ଡାମାନ ସାଗର ଓ ମ୍ୟାମାଁର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଆସନ୍ତା ୨୨ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ଏହା ପହଞ୍ଚିବ ଓ ୨୫ ଆଡ଼କୁ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ। ପ୍ରଭାବରେ ୨୬ ଯାଏଁ ୫୦ରୁ ୬୦ କିଲୋମିଟର ପବନ ସାଙ୍ଗକୁ ପ୍ରବଳ ଛେଚିବ ବର୍ଷା।

ସେମିତି ୩୦ରେ ମ୍ୟାଁମାର୍ ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ପ୍ରଭାବରେ ୧ ଓ ୨ରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି। ଦୁର୍ଗା ପୂଜାବେଳେ ଘନ ଘନ ଲଘୁଚାପ ଓ ବଡ଼ ବର୍ଷା ଆସୁଥିବା ଶୁଣି ଛାନିଆ ହେଲେଣି ବିଭିନ୍ନ ପୂଜା କମିଟି।