ଓଡିଶା ଭାସ୍କର: ଉପରମୁଣ୍ଡରେ ଜଳପ୍ରବାହ ବଢିବାରୁ ପୁଣି ହୀରାକୁଦ ସକାଳୁ ଆହୁରୀ ୪ଟି ଗେଟ୍ ଖୋଲିଛିା ଆଗରୁ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା ।
ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଉଛି । ଲଗାଣ ବର୍ଷା ୨ ଲକ୍ଷ ୫ ହଜାର ୪୨୬ କ୍ୟୁସେକ ଜଳ ହୀରାକୁଦରେ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ଛଡାଯାଉଛିା ଏବେ ଜଳଭଣ୍ଡାରରେ ୬୨୯.୯୭ଫୁଟ ଜଳ ରହିଛି ।
ଅନ୍ୟପଟେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛିା ସମ୍ବଲପୁର ଜିଲ୍ଲାରେ ଅନେକ ଘରେ ପାଣି ପଶିଯାଇଥିବା ବେଳେ ତଳିଆ ଅଞ୍ଚଳରେ ରହୁଥିବା ଲୋକେ ବର୍ଷା ଯୋଗୁଁ ହନ୍ତସନ୍ତ ହେଉଛନ୍ତିା
ଅନ୍ୟପଟେ ହୀରାକୁଦରେ ୧୨ଟି ଗେଟ୍ ଖୋଲାଯିବାରୁ ନଦୀରେ ଜଳସ୍ତର ବୃଦ୍ଧି ପାଇଛିା ଆସନ୍ତା ୨୮ ଯାଏଁ ପାଗରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛିା ବର୍ଷାର ପରିମାଣ ବଢିଲେ ଏହାକୁ ଦୃଷ୍ଟିରେ ରଖି ଆହୁରି ଗେଟ୍ ଖୋଲାଯାଇପାରେ ବୋଲି ଅନୁମାନ କରାଯାଉଛିା