ମୁଣ୍ଡକୁ ତଳକୁ କରି ମଇଦାନ ଛାଡିଲେ ଖେଳାଳି, ଚାଲିଥିଲା ଛକା ଓ ଚଉକା ବର୍ଷା..

ଠିକ ସମୟରେ ଆଉଟ୍ କରିଦେଲେ। ଗିଲଙ୍କୁ ଲାଗିଲା ବଡ ଝଟକା...

ଦୁବାଇ: ଦୁବାଇରେ ଚାଲିଥିବା ଏସିଆ କପରେ ତିକ୍ଷଣାଙ୍କ ଚମତ୍କାର କ୍ୟାଚ୍ ବାବଦରେ ଆଲୋଚନା ହେଉଛି। ତାଙ୍କ କ୍ୟାଚ୍ ଧରିବା ଶୈଳୀକୁ ଅନେକ ଚିତାର ଝାମ୍ପ ବୋଲି କହିସାରିଲେଣି।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା  ସୁପର-୪ ର ଶେଷ ମ୍ୟାଚରେ ଓପନିଙ୍ଗ କରିବାକୁ ଆସିଥିବା ଶୁଭମନ ଗିଲ ବେଶୀ ସମୟ କ୍ରିଜରେ ରହି ପାରିନଥିଲେ । ବୋଲରଙ୍କ ଘାତକ ବୋଲିଙ୍ଗରେ ମାତ୍ର ୪ ରନ କରି ଶୁଭମନ ଆଉଟ୍ ହୋଇଥିଲେ। ଏକ ଲମ୍ବା ସଟ ମାରିବା ବେଳେ ଶୁଭମନଙ୍କ ୱିକେଟ ଯାଇଥିଲା।

ଆଉ ଏହି ସମୟରେ ତିକ୍ଷଣା ମହୀଶ ଚିତା ଭଳି ଲଙ୍ଗ୍ ଜମ୍ପ କରି ଶୁଭମନଙ୍କ ବଲକୁ ଧରିନେଇଥିଲେ। ଏହିଭଳି କ୍ୟାଚ୍ ଧରିବା ପ୍ରାୟ ସହଜ ହୋଇନଥାଏ। ଶ୍ରୀଲଙ୍କାର ସ୍ପିନର ମହୀଶ ତିକ୍ଷଣା ଏକ ଅବିଶ୍ୱସନୀୟ କ୍ୟାଚ୍ ଧରି ଶୁଭମନ ଗିଲ୍‌ଙ୍କୁ ଆଉଟ୍ କରିଥିଲେ।

ତିକ୍ଷଣାଙ୍କ ଚମତ୍କାର କ୍ୟାଚ୍: ମହେଶ ତିକ୍ଷଣାଙ୍କ କ୍ୟାଚ୍ ପ୍ରକୃତରେ ଚମତ୍କାର ଥିଲା। ସେ ବାମ ପାର୍ଶ୍ୱରେ ଏକ ଚମତ୍କାର ଡାଇଭ୍ କରି ମଝି ଆକାଶରେ ବଲକୁ ଧରିଥିଲେ। ତାଙ୍କ କ୍ୟାଚ୍ ଧରିବା ଅନ୍ଦାଜ ଦେଖି ଶୁଭମନ ଗିଲ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ଗିଲ୍‌ ମାତ୍ର ୪ ରନ୍‌ରେ ଆଉଟ୍ ହୋଇଥିଲେ। ଏସିଆ କପ୍‌ରେ ଅଭିଷେକ ଓ ଗିଲଙ୍କ ଯୋଡି ପାକିସ୍ତାନ ବିପକ୍ଷ ମ୍ୟାଚରେ ଭଲ ଖେଳିଥିଲେ ମଧ୍ଯ ଆଜି ଗିଲଙ୍କ ଫର୍ମ ସେତେଟା ଭଲ ନଥିଲା।

ଏହି ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବୋତ୍ତମ ସ୍କୋର ଥିଲା 47, ଯାହା ସେ ପାକିସ୍ତାନ ବିପକ୍ଷରେ ସୁପର ୪ ମ୍ୟାଚ୍ ରେ କରିଥିଲେ। ଗିଲ୍ ଏହି ଏସିଆ କପ୍ ପାଇଁ ଭାରତୀୟ ଦଳକୁ ଫେରିଛନ୍ତି।ମାତ୍ର ତାଙ୍କ ପ୍ରଦର୍ଶନ ସେତେଟା ଭଲ ନଥିବା ଦେଖାଯାଇଛି।