ଏସିଆ କପରେ ଭାରତ ଅଜୟ, ଫାଇନାଲରେ ବି ପାକିସ୍ତାନ କାନ୍ଦିବ, ଟ୍ରଫି ନେବ ଇଣ୍ଡିଆ!
ବିନା ପରାଜୟରେ ଫାଇନାଲ ଜିତିବ ଭାରତ!
ଓଡିଶାଭାସ୍କର: ଏସିଆ କପ୍ ୨୦୨୫ରେ ଭାରତର ବିଜୟ ଧାରା ଜାରି ରହିଛି। ଶ୍ରୀଲଙ୍କାକୁ ଶେଷ ସୁପର ଓଭରରେ ପରାସ୍ତ କରି ଭାରତ ଓସିଆ କପରେ ଅପରାଜିତ ଧାରା ଜାରି ରଖିଛି।
ଉଭୟ ଦଳ ୨୦ ଓଭରରେ ୨୦୨ ରନ୍ ସଂଗ୍ରହ କରିଥିଲେ। ପରେ ସୁପର ଓଭରରେ ଭାରତକୁ ୩ ରନର ଟ୍ରାଗେଟ୍ ଦେଇଥିଲା ଶ୍ରୀଲଙ୍କା ଟିମ୍। ଯାହାକୁ ସୂର୍ଯ୍ୟକୁମାର ଯାଦବ ଓ ଶୁଭମନ ଗିଲ୍ ଅତି ସହଜରେ ହାସଲ କରିନେଲେ। ଏପରିକି ଗୋଟିଏ ବଲ୍ ରେ ସୁପର ଓଭର ମ୍ୟାଚ୍ ଜିତିନେଲା ଭାରତ।
ଯଦି ଦେଖିବା ଚଳିତ ଏସିଆ କପରେ ପ୍ରଥମ ଥର ପାଇଁ ଭାରତୀୟ ଟିମ୍ ୨୦୦ରୁ ଅଧିକ ରନ୍ କରିଥିଲା। ଯାହାକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ମଧ୍ୟ ମ୍ୟାଚ୍ ଡ୍ର କରିଦେଇଥିଲା। ପରେ ସୁପର ଓଭରରେ ଭାରତ ଜିତ୍ ହାସଲ କଲା।
ଏହିପରି ଭାବରେ ଦେଖିବାକୁ ଗଲେ ଭାରତୀୟ ଟିମ୍ ଚଳିତ ଏସିଆ କପରେ ବିନା ପରାଜୟରେ, ଲିଗ୍ ମ୍ୟାଚ୍ ଠୁ ଆରମ୍ଭ କରି ସୁପର ୪ ମ୍ୟାଚ୍ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ନହାରି ଫାଇନାଲରେ ପ୍ରବେଶ କରିଛି।
ଯାହାକି ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ୱର ୨୮ ତାରିଖରେ ଦୁବାଇ ଷ୍ଟାଡିୟମରେ ପାକିସ୍ତାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ଏମିତିରେ ଏହି ଏସିଆ କପ୍ ରେ ପାକିସ୍ତାନ ଓ ଭାରତୀୟ ଟିମ୍ ଦୁଇ ଦୁଇ ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଭାରତ ପାକିସ୍ତାନକୁ ପାଣି ପିଆଇଛି।
ଆଉ ଫାଇନାଲରେ ପୁଣି ଥରେ ଉଭୟ ଦଳ ଆମ୍ନାସାମ୍ନା ହେବାକୁ ଯାଉଛନ୍ତି, ତାହା ପୁଣି ପ୍ରଥମ ଥର ପାଇଁ। କାରଣ ଏସିଆ କପ୍ ଆରମ୍ଭ ହେବା ଦିନଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ କେବେ ବି ଫାଇନାଲ୍ ମ୍ୟାଚ୍ ଖେଳାଯାଇନାହିଁ।
ତେଣୁ ଏହି ଫାଇନାଲ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି। ଗୋଟେପଟେ ସୂର୍ଯ୍ୟବାହିନୀ ଦଳର ବିଜୟ ଧାରା ଜାରି ରଖିବାକୁ ଫାଇନାଲରେ ଜୋର ଦେଖାଇବ ଅନ୍ୟପଟେ ପାକିସ୍ତାନ ମଧ୍ୟ ମ୍ୟାଚ୍ ଜିତିବା ପାଇଁ କସରତ କରିବ। ଯାହା ଅତି ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।