ଭୟଙ୍କର ଭୂମିକମ୍ପରେ ଥରିଲା ମାଟି; ଘର ଛାଡି ଦଉଡିଲେ ଲୋକ, ସରକାର ବି ଛାନିଆ…
ଚୀନକୁ ମାଡି ଆସିଲା ବିପଦ, ସକାଳୁ ଟେନସନ୍ ରେ ସରକାର...
ବେଜିଂ: ସକାଳୁ ସକାଳୁ ଚୀନରେ ଆଲର୍ଟ ଜାରି। ଟିମ୍ ନେଇ ପହଞ୍ଚିଲେ ସରକାର । ଡରାଇଲା ଭୂ-କମ୍ପର ଝଟକା । ଲୋକଙ୍କୁ ସତର୍କ ରହିବାକୁ କହିଲେ ସରକାର ।
ଆଜି ସକାଳୁ ଉତ୍ତର-ପଶ୍ଚିମ ଚୀନର ଗାନସୁ ପ୍ରଦେଶରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଚୀନ୍ ଭୂମିକମ୍ପ ନେଟୱାର୍କ ସେଣ୍ଟର (CENC) ଅନୁଯାୟୀ, ଡିଙ୍ଗସି ସହରର ଲଙ୍ଗସି କାଉଣ୍ଟି ଅଞ୍ଚଳରେ ସକାଳ 5ଟା ବାଜି 49 ମିନିଟ୍ ରେ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.6 ରେକର୍ଡ କରାଯାଇଛି, ଏବଂ ଏହାର କେନ୍ଦ୍ରସ୍ଥଳ ଭୂମିଠାରୁ 10 କିଲୋମିଟର ତଳେ ଅବସ୍ଥିତ।
ଭୂକମ୍ପର କେନ୍ଦ୍ରସ୍ଥଳ 34.91 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 104.58 ଡିଗ୍ରୀ ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା। ଏହି ଭୂମିକମ୍ପ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା ଏବଂ ଅନେକ ଲୋକ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।
ଭୂମିକମ୍ପ ପରେ ତୁରନ୍ତ, ଚୀନ୍ ଭୂମିକମ୍ପ ପ୍ରଶାସନ (CEA) ଏନେଇ ଆଲର୍ଟ ଜାରି କରିଛି। ଲୋକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବା ସହ ବିପଦ ଟଳିଲା କି ନାହିଁ ସେ ବାବଦରେ ଯାଞ୍ଚ କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ସରକାରଙ୍କୁ ସହାୟତା କରିବା ପାଇଁ ଏକ ବିଶେଷଜ୍ଞ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି ।
ଏହି ଦଳ ରିଲିଫ୍ ଏବଂ ଜରୁରୀକାଳୀନ କାର୍ଯ୍ୟରେ ଲୋକଙ୍କୁ ସହାୟତା ଦେଇଥାଏ । ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ଆବଶଯକ ମୁତାବକ ସହାୟତ ଦେବା ପାଇଁ ଏହି ସଂସ୍ଥା ପସ୍ତୁତ ରହିଛି।
କ୍ଷୟକ୍ଷତିର ଆକଳନ: ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତର ସୂଚନା ମିଳିନାହିଁ, କିନ୍ତୁ ଅଧିକାରୀମାନେ ଭୂ-କମ୍ପ ଦ୍ବାରା ପ୍ରଭାବିତ ଅଞ୍ଚଳକୁ ଯାଇ ସୂଚନା ସଂଗ୍ରହ କରୁଛନ୍ତି। ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଉଛି।
ବିଶେଷଜ୍ଞମାନେ କହିଛନ୍ତି ଯେ ଭୂମିକମ୍ପର ତୀବ୍ରତା ଏବଂ ଗଭୀରତା ସାମାନ୍ୟ ଥିଲା । ଏଣୁ ସେତେଟା କ୍ଷତି ହୋଇନଥିବା ଅନୁମାନ କରାଯାଉଛି। ପ୍ରଶାସନ ଲୋକଙ୍କୁ ସତର୍କ ରହିବା ସହ, କୌଣସି ପ୍ରକାର ମିଥ୍ୟା ଖବରରେ ଭୟଭୀତ ନହେବା ପାଇଁ କହିଛି
ଜାନୁଆରୀ 2025 ରେ, ଦକ୍ଷିଣ ତିବ୍ଦତରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯାହାର ତୀବ୍ରତା ଚୀନ୍ ଏଜେନ୍ସି ଅନୁଯାୟୀ 6.8 ଥିଲା। ଏହି ଭୂମିକମ୍ପରେ 126 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 188 ଜଣ ଆହତ ହୋଇଥିଲେ ଏବଂ 1,000 ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିଲା।
ଚୀନ ଏକ ଭୂକମ୍ପ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ସମୟରେ ଏପରି ପରିସ୍ଥିତି ଦେଖାଦିଏ । ପୁଣି ସକାଳେ ଭୂକମ୍ପର ଝଟକା ଅନୁଭୁତ ହେବା ପରେ ଲୋକେ ଏନେଇ ଭୟଭୀତ ରହିଛନ୍ତି।