ଇସଲାମାବାଦ: ପାକିସ୍ତାନ ଜାହାଜ ଉପରେ ଆକ୍ରମଣ କଲା ଇସ୍ରାଏଲ । ରୁଷ-ଅଲ-ଏସା ବନ୍ଦର ଦେଇ ପାକିସ୍ତାନୀ ଜାହାଜ ଆସୁଥିବା ବେଳେ ଇସ୍ରାଏଲ ଆର୍ମି ଦ୍ରୋଣ ଯୋଗେ ଏହି ଆକ୍ରମଣ କରିଥିବା ଜଣାପଡିଛି ।
ଆକ୍ରମଣବେଳେ ଜାହାଜରେ 20ରୁ ଅଧିକ ଲୋକ ଉପସ୍ଥିତ ଥିବା ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ୍ ନକ୍ବି ସୂଚନା ଦେଇଛନ୍ତି । ନିଆଁ ଲାଗିଥିବା ଜାହାଜରେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ୟେମେନର ହୁତୀ ସଂଗଠନ ଆବଶ୍ୟକ ସାହାର୍ଯ୍ୟ କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ ଯେ ଆକ୍ରମଣ ହୋଇଥିବା ଅଂଚଳ ୟେମେନ ଦେଶର ହୁତୀ ସଂଗଠନ ନିୟନ୍ତ୍ରଣ କରୁଛି । ଏଣୁ ହୁତୀ ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ ହୁଏତ ଏହି ଆଟାକ କରିଥିବା କୁହାଯାଉଛି । କାରଣ ଗାଜାକୁ ହୁତୀ ସଂଗଠନ ତରଫରୁ ଭରପୁର ସମର୍ଥନ ମିଳୁଛି ।
ଏପରିକି ଗାଜା ଉପରେ ଇସ୍ରାଏଲ ଆକ୍ରମଣ କରୁଥିବାରୁ ଏହା ବିରୋଧରେ ହୁତୀ ସଂଗଠନ ଅନେକ ଥର ନାରାବାଜି କରିଛି । ଏଣୁ ଦୁଇ ଦେଶ ଭିତରେ ସମ୍ପର୍କରେ ତିକ୍ତତା ଦେଖାଦେଇଛି । ଏଥିପାଇଁ ଇସ୍ରାଏଲ ଆର୍ମି ଓ ହୁତୀ ସଂଗଠନ ଅନେକ ଥର ଆମ୍ନା ସାମ୍ନି ହୋଇଛନ୍ତି ।