IND VS PAK FINAL LIVE; ଇଣ୍ଡିଆ ବୋଲିଂରେ ଚିତପଟାଙ୍ଗ ପାକ୍ ଖେଳାଳି, ୨ଅଙ୍କ ଛୁଇଁପାରିଲେନି ୮ ପାକିସ୍ତାନୀ ବ୍ୟାଟର
ପାକିସ୍ତାନ ୧୪୬ ରନରେ ଅଲଆଉଟ
ଓଡ଼ିଶାଭାସ୍କର: ଏସିଆ କପ ଫାଇନାଲରେ ଭାରତ ସମ୍ମୁଖରେ ୧୪୭ ରନର ଟାର୍ଗେଟ୍। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୪୬ ରନରେ ଅଲଆଉଟ ହୋଇଛି। ଶାହିବଜାଦା ଫରଜାନ ୫୭, ଫଖର ଜମାନଙ୍କ ୪୬ ରନର ଅବଦାନ।
ଦୁଇ ଅଙ୍କ ଛୁଇଁ ପାରିଲେନି ୮ ପାକିସ୍ତାନୀ ବ୍ୟାଟର। ଭାରତ ପକ୍ଷରୁ କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ ୱିକେଟ ନେଇଛନ୍ତି।
ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ଯଶପ୍ରୀତ ବୁମରାଙ୍କୁ ୨ଟି ଲେଖାଏ ୱିକେଟ ନେଇଛନ୍ତି। ପ୍ରଥମ ୱିକେଟରେ ୮୪ ରନ ଯୋଡିଥିଲେ ଦୁଇ ପାକିସ୍ତାନୀ ଓପନର । ମାତ୍ର ୬୨ ରନରେ ଅନ୍ତିମ ୧୦ ୱିକେଟ ହରାଇଲା ପାକିସ୍ତାନ।