fbpx

ବିପଦ ମୁହାଁ ଓଡ଼ିଶା! ରାଜ୍ୟର ୨୯ଜିଲ୍ଲାରୁ ଆଜି ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୧୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୯ଜିଲ୍ଲାରୁ ୨୫୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୭୪ ଓ ସ୍ଥାନୀୟ ଅଞ୍ଚଳରୁ ୧୦୧୫ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭୧୨୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୪୬୬, ଗଞ୍ଜାମରୁ ୨୪୨, ପୁରୀରୁ ୨୩୫, କଟକରୁ ୨୨୨, ରାୟଗଡ଼ାରୁ ୨୧୧, ସୁନ୍ଦରଗଡ଼ରୁ ୧୫୫, ବାଲେଶ୍ୱରରୁ ୧୫୦, ମୟୁରଭଞ୍ଜରୁ ୧୧୭, ଯାଜପୁରରୁ ୯୫, କୋରାପୁଟରୁ ୯୨, ମାଲକାନଗିରିରୁ ୭୩, ବରଗଡ଼ରୁ ୬୭, ସମ୍ବଲପୁରରୁ ୬୬, କେନ୍ଦୁଝରରୁ ୫୩, ଭଦ୍ରକରୁ ୪୭, କଳାହାଣ୍ଡିରୁ ୪୨, ଗଜପତିରୁ ୩୬, ନବରଙ୍ଗପୁରରୁ ୩୬, କନ୍ଧମାଳରୁ ୩୦, ସୋନପୁରରୁ ୨୬, ଢ଼େଙ୍କାନାଳରୁ ୨୫, ଜଗତସିଂହପୁରରୁ ୨୧, ଅନୁଗୁଳରୁ ୨୦, ଝାରସୁଗୁଡ଼ାରୁ ୧୮, ବୌଦ୍ଧରୁ ୧୬, ନୟାଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୧୦, ନୂଆପଡ଼ାରୁ ୬,ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.