fbpx

୩୦ ପ୍ରତିଶତ ହ୍ରାସ ପାଇଲା ସିଲାବସ୍ , ଅନ୍ୟପଟେ ସ୍କୁଲ ଖୋଲିବା ନେଇ କଣ କହିଲେ ମନ୍ତ୍ରୀ ଜାଣନ୍ତୁ

ଭୁବନେଶ୍ୱର, ୨୬ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କାରଣ କରୋନା ପାଇଁ ସମସ୍ତ ସ୍କୁଲ ବନ୍ଦ ରହିଛି । କିନ୍ତୁ ଏହାରି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସକୁ କମାଇ ଦିଆଯାଇଛି । କୋଭିଡ଼ ପାଇଁ ଚଳିତ ବର୍ଷ ୩୦ ପ୍ରତିଶତ ସିଲାବସ୍ ହ୍ରାସ ଘୋଷଣା କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ୩ଟି କମିଟିର ସୁପାରିଶ ଆଧାରରେ ସିଲାବସକୁ ହ୍ରାସ କରାଯାଇଛି । ଏସସିଇଆରଟି, ବିଏସଇ ଓ ସିଏଚସିଇ ୱେବସାଇଟରେ ଏହା ଉପଲବ୍ଧ ହେବ । ଏହାସହ କେବେ ସ୍କଲ ଖୋଲିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । କେନ୍ଦ୍ରର ନୂଆ ଗାଇଡ଼ଲାଇନ ଆସିବା ପରେ ନିଷ୍ପତ୍ତିି ନିଆଯିବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

Get real time updates directly on you device, subscribe now.