fbpx

ଅସ୍ତ୍ରବିରତି ଉଲ୍ଲଂଘନ ପଡିଲା ମହଙ୍ଗା, ୪ ପାକିସ୍ତାନୀ ସୈନ୍ୟ ନିହତ

ରାଜୌରୀ,୨୭ ।୧୨: ଜମ୍ମୁ-କାଶ୍ମୀରର ପୁଞ୍ଚ ଓ ରଜୌରୀ ସେକ୍ଟରରେ ଗୁଳିମାଡ । ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ୍ ଦେଲେ ଭାରତୀୟ ସେନା । ଭାରତୀୟ ସେନାଙ୍କ ଗୁଳିମାଡରେ ୪ ପାକିସ୍ତାନୀ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି ।

ଏଲଓସି ଉପରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପାକିସ୍ତାନୀ ସେନା ଉପରେ ପୁଣି ମହଙ୍ଗା ପଡିଛି । ପାକିସ୍ତାନୀଙ୍କ ଚେକ୍ ପଏଣ୍ଟକୁ ନଷ୍ଟ କରିବା ସହ ୩ରୁ ୪ ସୈନ୍ୟଙ୍କୁ ମୃତ୍ୟୁର ଦ୍ୱାର ଦେଖାଇଛନ୍ତି ଭାରତୀୟ ଯବାନ । ଏହା ପୂର୍ବରୁ ଗତ ବୁଧବାର ଦିନ ଜମ୍ମୁ-କାଶ୍ମୀରର ଉରୀଠାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ । ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ ।

Get real time updates directly on you device, subscribe now.