fbpx

ଅନୁଭବ-ବର୍ଷା ବିବାଦ ମାମଲା: ମୁହଁ ଖୋଲିଲେ ଅନୁଭବ, ହେଲେ କହିଲେ କଣ?

କଟକ, ୭ା୯(ଓଡ଼ିଶା ଭାସ୍କର): ଓଲିଉଡ଼ର ସଫଳ ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାମରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ ଆଣିଛନ୍ତି । ଏହି ବିବାଦକୁ ନେଇ ଆଜି ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଆମ ସମସ୍ୟା ଘରେ ସମାଧାନ ହୋଇପାରିଲାନି । ତେଣୁ ଆମେ ଦୁହେଁ କୋର୍ଟଙ୍କ ଆଶ୍ରୟ ନେଇଛୁ । ଏଥିସହିତ ଏହା ତାଙ୍କର ବ୍ୟକ୍ତିଗତ ସମସ୍ୟା ଓ ଏହା ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହାନ୍ତି ବୋଲି ସେ କହିଛନ୍ତି । ବର୍ଷାଙ୍କୁ ସେ ବହୁତ ଭଲ ପାଆନ୍ତି ଓ ଏବେ ବି ତାଙ୍କ ଘରେ ବର୍ଷା ଅଛନ୍ତି ବୋଲି ଅନୁଭବ କହିଛନ୍ତି ।

ଅନ୍ୟପଟେ ଏହି ମାମଲାର ଡ଼ିଆଇଆର ରିପୋର୍ଟ ଦାଖଲ ହୋଇନଥିବାରୁ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨କୁ ଘୁଞ୍ଚାଯାଇଛି । ଏହାସହ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବୋଲି ସୂଚନା ରହିଛି । ଦିଲ୍ଲୀରେ ଅନୁଭବ କରିଥିବା ମାମଲାର ସ୍ଥାନାନ୍ତର ପାଇଁ ଆବେଦନ କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.