fbpx

ରାଜଧାନୀରେ ଲାଗୁ ହେବ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର, ୧୦ା୯(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କମିବାର ନା ଧରୁନି କରୋନା । ପ୍ରତିଦିନ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ କରୋନା ନିୟନ୍ତ୍ରଣ ନେଇ ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା ଲାଗୁ ହେବ । ଏନେଇ ଭୁବନେଶ୍ୱର ସ୍ୱତନ୍ତ୍ର ଏଡ଼ିଏମ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭୁବନେଶ୍ୱରରେ ବ୍ୟାପକ ହେଲଥ ସ୍କ୍ରିନିଂ କରାଯିବ । ଏଥିପାଇଁ ୫୬୫ଟି ରାପିଡ଼ ରେସପନ୍ସ ଟିମ୍ ଗଠନ କରାଯିବ । ବସ୍ତି ଓ ଅନ୍ୟାନ୍ୟ ଅଞ୍ଚଳରେ ହେଲଥ ସ୍କ୍ରିନିଂ କରାଯିବ । ଏହାସହ କରୋନା ଆପଣଙ୍କୁ ହୋଇଛିକି ନାହିଁ ସନ୍ଦେହ କରୁଥିଲେ ୧୯୨୯କୁ କଲ୍ କରି ତଥ୍ୟ ପାଇପାରିବେ । କରୋନା ଆକ୍ରାନ୍ତ ରୋଗୀଙ୍କ ଉପରେ କଡ଼ା ନଜର ରଖାଯିବା ସହ ବିଭିନ୍ନ ହସ୍ପିଟାଲରେ ବେଡ଼ ସଂଖ୍ୟା ବଢ଼ାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.