fbpx

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ୩୪୪୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଳାରୁ କେତେ

ଭୁବନେଶ୍ୱର, ୩୦ା୯(ଓଡ଼ିଶା ଭାସ୍କର): ରାଜ୍ୟର ୩୦ ଜିଲ୍ଲାରୁ ୩୪୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୧୭ ସଙ୍ଗରୋଧ କେନ୍ଦ୍ରରୁ ଓ ୧୪୨୬ ସ୍ଥାନୀୟ ଅଞ୍ଚଳରୁ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୧୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୬୦୧, କଟକରୁ ୩୫୯, ଯାଜପୁରରୁ ୧୩୦, ପୁରୀରୁ ୧୩୨, ଅନୁଗୁଳରୁ ୧୦୦, ଜଗତସିଂହପୁରରୁ ୭୮, ନୂଆପଡ଼ାରୁ ୮୭, ମୟୁରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୮୯, ସମ୍ବଲପୁରରୁ ୧୩୧, ବାଲେଶ୍ୱରରୁ ୧୫୨, କଳାହାଣ୍ଡିରୁ ୭୬, ବରଗଡ଼ରୁ ୧୧୧, କେନ୍ଦ୍ରାପଡ଼ାରୁ ୧୦୧, କନ୍ଧମାଳରୁ ୧୦୩, କେନ୍ଦୁଝରରୁ ୯୭, ଝାରସୁଗୁଡ଼ାରୁ ୭୭, ସୁନ୍ଦରଗଡ଼ରୁ ୮୧, ବଲାଙ୍ଗୀରରୁ ୧୧୪, କୋରାପୁଟରୁ ୫୨, ଢ଼େଙ୍କାନାଳରୁ ୪୭, ଗଞ୍ଜାମରୁ ୫୪, ମାଲକାନଗିରିରୁ ୨୯, ରାୟଗଡ଼ାରୁ ୨୯, ନୟାଗଡ଼ରୁ ୮୮, ଭଦ୍ରକରୁ ୯୫, ବୌଦ୍ଧରୁ ୧୦, ସୋନପୁରରୁ ୯୪, ଦେଓଗଡ଼ରୁ ୧୩, ଗଜପତିରୁ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.