fbpx

IPL : ଆଜି ୪ ଦଳର ଭାଗ୍ୟ ପରୀକ୍ଷା

ଦୁବାଇ,୩ା୧୦: ରବିବାର ଦିନ ଆଇପିଏଲର ଦୁଇ ପୃଥକ ମ୍ୟାଚରେ ଚାରି ଦଳର ଭାଗ୍ୟ ପରୀକ୍ଷା ହେବ । ଶାରଜାରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେଉ ଥିବା ବେଳେ ଦୁବାଇରେ କିଙ୍ଗସ ଏକାଦଶ ପଞାବ ଓ ଚେନ୍ନାଇ ସୁପର କିଙ୍ଗସ ଅନ୍ୟ ଏକ ମ୍ୟାଚରେ ପରସ୍ପରକୁ ଭେଟିବେ । ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚରେ ଦମଦାର ବିଜୟ ହାସଲ କରିଛନ୍ତି । କିଙ୍ଗସ ଏକାଦଶ ପଞାବକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଅନ୍ୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗକୁ ସନରାଇଜର୍ସ ହାଇଦ୍ରାବାଦ ପରାସ୍ତ କରି ମନୋବଳ ଦୃଢ଼ କରି ପାରିଛନ୍ତି । ତେଣୁ ଦୁଇ ଉତ୍ସାହୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁକାବିଲା ବରାବର କଡା ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଅନୁମାନ । ଭଭୟ ଦଳ ଦୁଇ ଲେଖାଏଁ ମ୍ୟାଚରେ ସଫଳ ହୋଇ ପ୍ରତ୍ୟେକ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି ।

କିଙ୍ଗସ ଏକାଦଶ ପଞାବ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା,କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ବ୍ୟାଟିଂ କରି ଜବରଦସ୍ତ ବିଜୟ ହାସଲ କରିଥିବା ବେଳେ ସନରାଇଜର୍ସ ପାଇଁ ଏହା ବଡ ସତର୍କ ଘଣ୍ଟି ସୂଚନା ଦେଇଛି । କାରଣ ରୋହିତ ଥରେ ଫର୍ମକୁ ଫେରିବା ଅର୍ଥ ପରବର୍ତ୍ତୀ ମ୍ୟାଚରେ ତାଙ୍କୁ ଅଟକାଇବା ମୁସ୍କିଲ । ସେହିପରି ସନରାଇଜର୍ସ ହାଇଦ୍ରାବାଦ ଦଳର ପ୍ରମୁଖ ପେସ୍ ବୋଲର ଭୁବନେଶ୍ୱର କୁମାର ବର୍ତ୍ତମାନ ଆଘାତ ପ୍ରାପ୍ତ ଅବସ୍ଥାରେ ଅଛନ୍ତି । ତେଣୁ ଆଗାମୀ ମ୍ୟାଚ ଖେଳିବା ନେଇ ସନ୍ଦେହ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ପରି ଦଳକୁ ମୁକାବିଲା କରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦକ୍ଷତା ଦେଖାଇବାକୁ ପଡିବ ।

ସେହିପରି ଅନ୍ୟ ମ୍ୟାଚରେ କିଙ୍ଗସ ଏକାଦଶ ପଞାବ ଓ ଚେନ୍ନାଇ ସୁପର କିଙ୍ଗସ ମୁକାବିଲା ମଧ୍ୟ ଉଭୟ ଦଳ ପାଇଁ ବିଶେଷ ଗୁରୁତ୍ୱ ପୂର୍ଣ୍ଣ । କାରଣ ଦୁହେଁ କେବଳ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ଚେନ୍ନାଇ ୪ ମ୍ୟାଚରୁ ତିନି ପରାଜୟ ସ୍ୱିକାର କରିଛି । ସେହିପରି କିଙ୍ଗସ ଏକାଦଶ ପଞାବ ସବୁ ମ୍ୟାଚରେ ଭଲ ଖେଳୁଥିଲେ ହେଁ ଅଳ୍ପକେ ବିଜୟରୁ ବଞ୍ଚିତ ହୋଇ ଆସୁଛି । ପୂର୍ବ କୁମାବିଲାରେ ଚେନ୍ନାଇ ସୁପର କିଙ୍ଗସ ବିରୁଦ୍ଧରେ କିଙ୍ଗସ ଏକାଦଶ ପଞାବ ୨୧୬ ରନ କରି ୧୬ ରନରେ ବିଜୟୀ ହୋଇ ଥିଲା । ମାତ୍ର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ୨୨୩ ରନ କରି ଥିଲେ ହେଁ ହାର ମାନିବାକୁ ପଡିଥିଲା । ତେଣୁ ଏହି ଚାରି ଦଳ ପ୍ରଥମ ପର୍ଯ୍ୟାୟ ମୁକାବିଲାରେ ପରସ୍ପରକୁ ଭେଟି ଥିବା ବେଳେ ପୁଣି ପାଲଟା ମ୍ୟାଚରେ ଭାଗ୍ୟ ପରୀକ୍ଷାର ସମ୍ମୁଖିନ ହେବେ ।

Get real time updates directly on you device, subscribe now.