fbpx

ପ୍ଲାଜମା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କଟକ,୩ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ମାଡିବାରେ ଲାଗିଛି । କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଥିବା ବେଳେ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରୁଛନ୍ତି । ବିଭିନ୍ନ ନେତା ଓ ମନ୍ତ୍ରୀମାନେ ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିବାରେ ଲାଗିଛନ୍ତି ।

ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କରୋନା ଆକ୍ରାନ୍ତଙ୍କ ପାଇଁ ପ୍ଲାଜମା ଦାନ କରିଛନ୍ତି । କଟକ ଏସସିବି ମେଡିକାଲରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ପ୍ଲାଜମା ଦାନ କରିଛନ୍ତି । ତେବେ ଆଜି ପ୍ଲାଜମା ଦାନ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ଘୋଷଣା କରିଥିଲେ ।

Get real time updates directly on you device, subscribe now.