fbpx

ସୋପିଆନରେ ଏନକାଉଣ୍ଟର; ୩ ଆତଙ୍କୀ ସଫା

ଶ୍ରୀନଗର,୭ ।୧୦ : ଜମ୍ମୁ-କାଶ୍ମୀରର ସୋପିଆନରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ । ଏଥିରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । କୁହାଯାଉଛି ଯେ, ସୋପିଆନ ଜିଲ୍ଲାର ସୁଗନ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି । ଉକ୍ତ ଅଞ୍ଚଳକୁ ସୁରକ୍ଷାକର୍ମୀମାନେ ଘେରି ରହିଛନ୍ତି ।

ତେବେ ଏନକାଉଣ୍ଟରରେ ନିହତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଟପ୍ କମାଣ୍ଡର ଥିବା ଜଣାପଡିଛି । ସୁରକ୍ଷାକର୍ମୀଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୨ ଟି ଶବ ଜବତ କରିଛନ୍ତି ।

Get real time updates directly on you device, subscribe now.