fbpx

ରାଜଭବନ ରାସ୍ତାରେ ଟ୍ରାଫିକ କଟକଣା, ଜାଣନ୍ତୁ କ’ଣ କହିଲେ ପୋଲିସ କମିଶନର?

ଭୁବନେଶ୍ୱର,୮ ।୧୦(ଓଡିଶା ଭାସ୍କର): ରାଜଭବନ ପାଖ ପେଟ୍ରୋଲ ପମ୍ପ ରାସ୍ତାରେ ଯାତାୟତ କରିବା ପାଇଁ କଟକଣା ଲାଗିଛି । ସୁରକ୍ଷା କାରଣରୁ କଟକଣା ଜାରି କରିଛନ୍ତି ପୋଲିସ କମିଶନର ସୁଧାଶୁଂ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ‘ସ୍ଥାନ ସୁରକ୍ଷିତ ଘୋଷଣା ନହେବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ରହିବ । ଅପରାହ୍ନ ୨ଟା ସୁଦ୍ଧା ଅପରେସନ ଶେଷ ହେବା ନେଇ ଆଶା ରହିଛି । ଏଲପିଜି ଗ୍ୟାସ ଟ୍ୟାଙ୍କରରୁ କଢାଯିବା କାର୍ଯ୍ୟ ଶେଷ ହୋଇଛି । ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ କଢାଯିବା କାର୍ଯ୍ୟ ଜାରି ରହିଛି ।’ତେବେ ସକାଳେ ଅଗ୍ନିଶମ ଡିଜି ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦ ମୁକ୍ତ ବୋଲି କହିଥିଲେ ।

Get real time updates directly on you device, subscribe now.