fbpx

୧୧୨୦ଟି ଦୋକାନରେ ମିଳିବ ଫାବିପିରାଭିର

ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ଗୃହ ସଙ୍ଗରୋଧରେ ଥିବା କୋଭିଡ୍‌ ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟର ୧୧୨୦ ଘରୋଇ ଦୋକାନରେ ମିଳିବ ଫାଭିପିରାଭିର ଔଷଧ । ସରକାରୀ ସଂସ୍ଥା ବ୍ୟତୀତ ୧୧୨୦ ଦୋକାନରେ ବି ଉପଲବ୍ଧ ହେବ । ବିଭିନ୍ନ ଜିଲ୍ଲା ଓ ମହାନଗର ନିଗମ ପାଇଁ ଦୋକାନ ସଂଖ୍ୟା ସ୍ଥିରୀକୃତ ହୋଇଛି । ଏନେଇ ଦୋକାନ ସଂଖ୍ୟା ସ୍ଥିର କରିଛି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦେଶାଳୟ । ମହାନଗର ନିଗମ ଅଞ୍ଚଳରେ ୪୦ଟି ଲେଖାଏଁ ଦୋକାନକୁ ବିକ୍ରି କରିବାକୁ ଅନୁମତି ମିଳିଛି । ଔଷଧ ବିକ୍ରିବେଳେ ନିୟମ କଡ଼ାକଡ଼ି ଭାବେ ମାନିବା ବାଧ୍ୟତାମୂଳକ କରାଯାଇଛି ।

Get real time updates directly on you device, subscribe now.