fbpx

ଗୋଟିଏ ପରିବାରରୁ ଚାଲିଗଲା ୩ ଜୀବନ, ୨ ଗୁରୁତର

ମାଲକାନଗିରି, ୧୫ ।୧୦(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା କତେଲି ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକା ସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୩ ଭାଇ-ଭଊଣୀଙ୍କ ଜୀବନ । ମାଆ ଓ ଝିଅ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତକ ହେଉଛନ୍ତି- ସୁକାନ୍ତି ମାଢି, ସୀତାରାମ ମାଢି ଓ ଅଞ୍ଜଳି ମାଢି । ଗୁରୁତର ହୋଇଥିବା ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ଡାକ୍ତରୀ ଟିମ୍ ଏନେଇ ତଦନ୍ତ ଜାରି ରଖିଛନ୍ତି । ତେବେ ବିଷାକ୍ତ ଖାଦ୍ୟ ଖାଇ ଏପରି ହୋଇଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.