fbpx
BJD SKY
BJD SKY

ବିଜେଡିର ଷ୍ଟାର ପ୍ରଚାରକ ତାଲିକା

BJD

ଭୁବନେଶ୍ୱର,୧୬ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଉପ-ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ପ୍ରଚାରକ ତାଲିକାରେ ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାମିଲ ଅଛନ୍ତି । ଏହି ତାଲିକାରେ ୨ ମହିଳା ତଥା-ପ୍ରମିଳା ମଲ୍ଲିକ ଓ ରାଜଶ୍ରୀ ମଲ୍ଲିକଙ୍କ ନାଁ ରହିଛି ।

ଏହା ସହ ତାଲିକାରେ ଆକାଶ ଦାସନାୟକ, ଅରବିନ୍ଦ ରାୟ, କୁନା ତ୍ରିପାଠୀ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦେବୀ ମିଶ୍ର, ଅରୁଣ ସାହୁ, ନବ ଦାସ, ସୁଶାନ୍ତ ସିଂ, ରାଜା ସ୍ୱାଇଁ, ପ୍ରତାପ ଦେବ, ପ୍ରତାପ ଜେନା, ନିରଞ୍ଜନ ପୂଜାରୀ, ସମୀର ଦାଶ, ଦିବ୍ୟ ଶଙ୍କର ମିଶ୍ର, ରବୀନ୍ଦ୍ର ଜେନା, ଜ୍ୟୋତି ପାଣିଗ୍ରାହୀ, ଜୀବନ ପ୍ରଦୀପ ଦାସ, ରଘୁନନ୍ଦନ ଦାସ, ମୁନ୍ନା ଖାଁ, ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବାଶିଷ ସାମନ୍ତରାୟ, ଆକାଶ ଦାସ, ପ୍ରଶାନ୍ତ ମୁଦୁଲିଙ୍କ ନାମ ରହିଛି ।

କିନ୍ତୁ ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ପଡିଛନ୍ତି ସାଂସଦ ଅନୁଭବ ମହାନ୍ତି ।

Get real time updates directly on you device, subscribe now.