ଭୁବନେଶ୍ୱର,୨୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ କଲବଲ କରୁଛି କରୋନା । ଏହାରି ମଧ୍ୟରେ କରୋନା ଟିକା ପାଇଁ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨୯ ସୁଦ୍ଧାଡାଟାବେସରେ ପଞ୍ଜିକରଣ କରିବା ଜରୁରୀ ବୋଲି କୁହାଯାଇଛି । ଖୁବଶୀଘ୍ର କୋଭିଡ ଭ୍ୟାକ୍ସିନ ଉପଲବ୍ଧ ହୋଇପାରେ । କେନ୍ଦ୍ର ସରାକର ଏବେଇ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀଙ୍କ ତଥ୍ୟ ରହିବ । ଆଇଏମଏ, ଅୟୁଷ, ନର୍ସିଂ ଆସୋସିଏସନକୁ ତଥ୍ୟ ମାଗିଛନ୍ତି ରାଜ୍ୟ ସରକାର । ବେସରାକରୀ ଅନୁଷ୍ଠାନକୁ ମଧ୍ୟ ଚିଠି ପଠାଯାଇଛି ।