fbpx

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪କୁ ବୃଦ୍ଧି

ନୂଆଦିଲ୍ଲୀ,୨୬ ।୧୦:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କମ୍ ହେଉଛି କରୋନା ସଂକ୍ରମଣ । ଦେଶରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୯ ହଜାର ୧୪କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୧୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଲକ୍ଷ ୯ ହଜାର ୯୫୯କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୬ ଲକ୍ଷ ୫୩ ହଜାର ୭୧୭ ଜଣ ଚିକିତ୍ସିତ ହେଉଥିବା ବେଳେ ୭୧ ଲକ୍ଷ ୩୭ ହଜାର ୨୨୮ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.