fbpx

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବରିଷ୍ଠ ଆଇଏଏସ ଅଫିସର ସ୍ତରରେ ଆଜି ଅଦଳବଦଳ ହୋଇଛି । ପରାଗ ଗୁପ୍ତା ହୋଇଛନ୍ତି ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ । ୧୯୮୮ ବ୍ୟାଚର ଗୁପ୍ତା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ ।

ସେହିପରି ସୁରେନ୍ଦ୍ର କୁମାର ଓଏମସିର ଚେୟାରମ୍ୟାନ ବା ଓଡିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ସୁରେନ୍ଦୟ ଏବେ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ।

ଅନ୍ୟପଟେ ଜି.ମାଥି ଭାଥନନ୍ ସିଡିଏର ଚେୟାରମ୍ୟାନ ହୋଇଛନ୍ତି । ସେ ଏବେ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗ ସମ୍ଭାଳୁଛନ୍ତି ।

ମାନସୀ ନିମ୍ଭାଲ ହେଲେ ଓଏସ୍‍ଏଏମ୍‍ ବୋର୍ଡର ସଦସ୍ୟ ସଚିବ । ମାନସୀ ଟିଡିକଲ ଏମ୍‍ଡି ଭାବେ ବି ଅତିରିକ୍ତ ଦାୟିତ୍ବ ତୁଲାଇବେ ।

୨୦୧୪ ବ୍ୟାଚ୍‍ର ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ବ । ବିଜୟ ଏବେ ଯୋଜନା ଓ ସଂଯୋଜନ ବିଭାଗର ଉପସଚିବ ଅଛନ୍ତି ।

Get real time updates directly on you device, subscribe now.